ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଜି ନିଷ୍ପତ୍ତି
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ମଧ୍ୟରେ, କ୍ରମାଗତ ଭାବେ ଦାବି ଥିଲା ଯେ ପିଲା ଶାରୀରିକ ଭାବେ ସିବିଏସ୍ଇ ପରୀକ୍ଷା ନଦେଇ କିଛି ବିକଳ୍ପ ପଦକ୍ଷେପ ନିଆଯିବା ଉଚିତ୍ । ଏହାସହ ବିଭିନ୍ନ ରାଜ୍ୟର ଦାବି ଥିଲା କି, ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଟୀକାକରଣ ଆବଶ୍ୟକ । ତେବେ ଏହାରି ଭିତରେ ଲକ୍ଷ ଲକ୍ଷ ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ସେନେଇ ଆଜି ନିଆଯିବ ନିଷ୍ପତ୍ତି । ପରୀକ୍ଷା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିଛି ନିଷ୍ପତ୍ତି ନେବାର ସମ୍ଭାବନା ଅଛି । ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଏହା ଉପରେ ନିଷ୍ପତ୍ତି ନେବେ । ଘୋଷଣା ପୂର୍ବରୁ ଶିକ୍ଷାମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଏନେଇ ଆଲୋଚନା କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଶିକ୍ଷା ବୋର୍ଡରୁ ମିଳିଥିବା ପରାମର୍ଶ ଆଧାରରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଦାଖଲ କରିପାରିବେ ।
ସୂଚନା ଯେ , ଦ୍ୱାଦଶ ପରୀକ୍ଷା ହେବାକୁ ଧାର୍ଯ୍ୟ କରାଯାଇଛି । ପ୍ରାୟ ୧୮ ରୁ ୨୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟର ପରୀକ୍ଷା କରାଯିବ । ଏହାସହ ପରୀକ୍ଷା କେନ୍ଦ୍ର ଗୁଡିକ ବି ଦ୍ୱୁଗୁଣିତ କରାଯିବ। ଏହା ସହିତ ୧୮ ବର୍ଷରୁ ଅଧିକ ପରୀକ୍ଷାର୍ଥୀ ଏବଂ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରାଥମିକ ଆଧାରରେ ଟିକାକରଣ କରାଯିବ । ଏହା ସହ ପରୀକ୍ଷା କେନ୍ଦ୍ରରେ କୋଭିଡ ପ୍ରୋଟୋକଲ ପାଇଁ ବ୍ୟବସ୍ଥା କରାଯିବ । ପରୀକ୍ଷା ପ୍ରକୋଷ୍ଠରେ ପରୀକ୍ଷକଙ୍କ ସଂଖ୍ୟା ମଧ୍ୟ କମ୍ ରହିବ ।