ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପିକ୍ ଥିଲା

ଭୁବନେଶ୍ୱର : ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭରେ ଆମର ପିକ୍ ଥିଲା । ଏବେ ମେ ୨୫ରୁ କମିବା ଆରମ୍ଭ କରିଛି । ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ଜାଗାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ପ୍ରକାଶ କରିଛନ୍ତି ।
ସେହିପରି ସାମ୍ଭବ୍ୟ ଥାର୍ଡ଼ ୱେଭ୍ ପାଇଁ ବର୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ଏଥିରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବେ ବୋଲି ସେ କହିଛନ୍ତି ।