କୃଷକଙ୍କ ଆଉ ଏକ ଦାବି ମାନିନେଲେ କେନ୍ଦ୍ର ସରକାର

The Union Minister for Rural Development, Panchayati Raj, Drinking Water & Sanitation and Urban Development, Shri Narendra Singh Tomar addressing at the launch of the Swachh Sarvekshan (Gramin)- 2017, in New Delhi on August 08, 2017.
ନୂଆଦିଲ୍ଲୀ: କୃଷକମାନଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ଭାରତ ସରକାର ମାନି ନେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୃଷକ ସଂଗଠନଙ୍କ ଦ୍ୱାରା କୃଷକମାନଙ୍କୁ ନଡ଼ା ଜାଳିବା ଅପରାଧରୁ ମୁକ୍ତି କରିବା ଦାବି କରାଯାଇଥିଲା । ଭାରତ ସରକାର ମଧ୍ୟ ଏହି ଦାବିକୁ ସ୍ୱୀକାର କରିଛନ୍ତି । ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ନଡ଼ା ଜାଳିବାକୁ ଅପରାଧ ଶ୍ରେଣୀରୁ ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ତୋମର କହିଛନ୍ତି ଯେ ଫସଲ ବିବିଧତା, ଶୂନ-ବଜେଟ୍ କୃଷି ଏବଂ ଏମଏସପି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ପ୍ରଭାବଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧୀ ରହିବେ । ସେ କହିଛନ୍ତି ଯେ ଏହି କମିଟି ଗଠନ ସହିତ ଏମଏସପି କୁ ନେଇ ଚାଷୀଙ୍କ ଦାବି ପୂରଣ ହୋଇଛି ।
ତିନୋଟି କୃଷି ଆଇନ ରଦ୍ଦ ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ଏହା ସହ ଜଡିତ ବିଲ୍ ଶୀତ ଅଧିବେଶନର ପ୍ରଥମ ଦିନରେ (ନଭେମ୍ବର ୨୯) ସଂସଦରେ ଉପସ୍ଥାପିତ ହେବ । ତିନୋଟି କୃଷି ଆଇନ ରଦ୍ଦ ହେବା ପରେ କୃଷକଙ୍କ ଆନ୍ଦୋଳନ ଜାରି ରଖିବାର କୌଣସି ଅର୍ଥ ନାହିଁ ବୋଲି ତୋମର କହିଛନ୍ତି । ମୁଁ କୃଷକମାନଙ୍କୁ ଅନୁରୋଧ କରୁଛି ଯେ ଆନ୍ଦୋଳନ ଶେଷ କରି ଘରକୁ ଯାଆନ୍ତୁ ।” କୃଷକଙ୍କ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ପଞ୍ଜୀକୃତ ମାମଲା ସମ୍ପର୍କରେ ତୋମାର କହିଛନ୍ତି ଯେ, ଆନ୍ଦୋଳନ ସମୟରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକ ରାଜ୍ୟ ସରକାରଙ୍କ ଅଧୀନରେ ଅଛି ଏବଂ ସେମାନେ ନିଷ୍ପତ୍ତି ନେବେ । ରାଜ୍ୟ ସରକାର ସେମାନଙ୍କ ରାଜ୍ୟ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ନେବେ ।