ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଏପ୍ରିଲ ମାସରେ ମୋଟ ୯ ଦିନ ବନ୍ଦ ରହିବ ବ୍ୟାଙ୍କ । ଏହି ପରିପ୍ରେକ୍ଷୀରେ ଆଗାମୀ ସପ୍ତାହରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଅଛି ତାହେଲେ ସୋମବାର ଦିନ ସାରିବାକୁ ପଡିବ । ନଚେତ ଆପଣଙ୍କୁ ସପ୍ତାହେ ଯାଏଁ ଅପେକ୍ଷା କରିବାକୁ ପଡିବ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଅବକାଶ ନିର୍ଦ୍ଧାରିତ କରାଯାଇଛି। ସବୁ ରାଜ୍ୟ ପାଇଁ ଅଲଗା ଅଲଗା ରହିବ ଛୁଟି ନିୟମ। କାରଣ କିଛି ପର୍ବପର୍ବାଣି ଦେଶରେ ସବୁ ରାଜ୍ୟରେ ପାଳନ କରାଯାଏ ନାହିଁ । ଏପ୍ରିଲ ୧୩ ତାରିଖ ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୈଶାଖୀ, ବିଜୁ ଫେଷ୍ଟିଭାଲ୍, ଗୁଡ଼ି ପାଡୱା । ୧୪ ତାରିଖ ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ବୋହାଗ ବିହୁ । ୧୫ ତାରିଖ ଗୁରୁବାର – ହିମାଚଳ ଡେ, ବିଶୁ, ବଙ୍ଗାଳି ନବବର୍ଷ, ସରହୁଲ । ୧୬ ତାରିଖ ଶୁକ୍ରବାର – ବୋହାଗ ବିହୁ । ୧୮ ତାରିଖ ରବିବାର – ସାପ୍ତାହିକ ଅବକାଶ । ୨୧ ତାରିଖ ମଙ୍ଗଳବାର – ରାମ ନବମୀ, ଗରୀୟା ପୂଜା । ୨୪ ତାରିଖ ଶନିବାର – ଚତୁର୍ଥ ଶନିବାର । ୨୫ ତାରିଖ ରବିବାର – ମହାବୀର ଜୟନ୍ତୀ, ସାପ୍ତାହିକ ଅବକାଶ ।