ବାଲେଶ୍ୱର : ଏବିଭିପି ତରଫରୁ ୭୩ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ୱର : ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ରୂପ୍ସା, ବାଲେଶ୍ୱର ସଦର, ରେମୁଣା, ରସାଳପୁର, ସୋର, ସିମୁଳିଆ, ନୀଳଗିରି ଭଳି ୧୦ଯି ସ୍ଥାନରେ ଏବିଭିପିର ପତାକା ଉତ୍ତୋଳନ ସହ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଜିଲାର ଅନେକ ସ୍ଥାନରେ ବୃକ୍ଷରୋପଣ, ସଫେଇ କାର୍ଯ୍ୟକ୍ରମ ଭଳି ଅନେକ ସାମାଜିକ ତଥା ଉନ୍ନତିମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ମିଷ୍ଟାନ୍ନ ସେବନ କରି ବିଦ୍ୟାର୍ଥୀମାନେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉଦ୍ଦେଶ୍ୟରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ଜିଲାର କୋଣ ଅନୁମୋରରେ ଥିବା ଛାତ୍ରୀଚାତ୍ରମାନଙ୍କୁ ବାଲେଶ୍ୱର ଏବିଭିପି ତରଫରୁ ଅନେକ ଅନେକ ଶୁଭେଚ୍ଚା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ବାଲେଶ୍ୱର ଗଡ଼ଗଡ଼ିଆ ସ୍ଥିତ ଜିଲା ଏବିଭିପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ମୁଖ୍ୟଅତିଥି ଭାବେ ପୁରାତନ କାର୍ଯ୍ୟକର୍ତ୍ତା ବିଶ୍ୱରଞ୍ଜନ ମିଶ୍ର ଏବଂ ଜିଲା ପ୍ରମୁଖ ପ୍ରତ୍ୟୁଷ କୁମାର ବେହେରା ସମେତ ସମସ୍ତ ପୁରାତନ ଏବଂ ନୂତନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପତାକା ଉତ୍ତୋଳନ କଲେ ଏବଂ ନିଜର ଅନୁଭୂତି ଓ ଅଭିଜ୍ଞତାକୁ ଉପସ୍ତାପନ କଲେ ।