କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲା ୨୬ ଦିନର ଶିଶୁ
ନୂଆପଡ଼ା : କରୋନାରେ ପୀଡ଼ିତ ୨୬ ଦିନର ଶିଶୁ ସୁସ୍ଥ ହୋଇ ଘରକୁ ଫେରିଲା । ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଏହି ଖବର ଦେଖିବାକୁ ମିଳିଛି ।
ନବଜାତ ଶିଶୁ ଅସୁସ୍ଥ ହେବା ପରେ ପରିବାର ଲୋକେ ତାକୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଶିଶୁଟିର କୋଭିଡ ପରୀକ୍ଷା କରାଯାଇଥିଲା । ନମୁନା ପରୀକ୍ଷା ପରେ ଶିଶୁଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ଶିଶୁକୁ ଶିଶୁୱାର୍ଡର ଏସ୍ଏନ୍ସିୟୁରେ ଗତ ୧୨ ତାରିଖରେ ଭର୍ତ୍ତି କରାଯାଇଥିଲା । ତେବେ ୭ ଦିନର ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି । ଶିଶୁର ମା’ ମଧ୍ୟ କିଛି ଦିିନ ପୂର୍ବରୁ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ଜିଲ୍ଲାପାଳ ସ୍ୱାଧା ଦେବ ସିଂ ଟୁଇଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।