ବାଲେଶ୍ୱର : ଜଉକଣ୍ଢେଇରେ ଶ୍ରୀଗଣେଶ ପ୍ରଦର୍ଶନୀ ଉଦଘାଟିତ

- ଜଉକଣ୍ଢେଇ କାରିଗର ଶ୍ରୀଗଣେଶ ଚତୁର୍ଥୀରେ ଦେଖାଇଲେ କାରିଗରୀ
- ୪୦ର ଊର୍ଦ୍ଧ୍ୱ କାରିଗରର ୫୦ ପ୍ରକାରର ୨୦୦ରୁ ଊର୍ଦ୍ଧ୍ୱ ଜଉରେ ଗଣେଶ ପ୍ରଦର୍ଶନୀ
ବାଲେଶ୍ୱର : ଗଣେଶ ଚତୁର୍ଥୀ ଅବସରରେ ବାଲେଶ୍ଵରର ଲୋକକଳା ଜଉକଣ୍ଢେଇ କଳା ଓ କାରିଗରର ବିକାଶ ପ୍ରଚାର ଓ ପ୍ରସାର ପାଇଁ ବାଲେଶ୍ବରୀ କଳା କେନ୍ଦ୍ର ଓ ଓଡ଼ିଶା ଶିଳ୍ପୀ ମହାସଂଘର ମିଳିତ ଆନୁକୂଲ୍ୟରେ ଏକ ତିନିଦିନିଆ ଜଉକଣ୍ଢେଇରେ ଶ୍ରୀଗଣେଶ ପ୍ରଦର୍ଶନୀ, ପ୍ରତିଯୋଗିତା, ଆଲୋଚନା ଓ ବିକ୍ରୟ କାର୍ଯ୍ୟକ୍ରମ ଗୁରୁବାର ରେମୁଣାର ବାମପଦାର ଅଙ୍ଗନବାଡ଼ି କେନ୍ଦ୍ରଠାରେ ଉଦଘାଟିତ ହୋଇଯାଇଛି ।
ଉଦଘାଟନ ଉତ୍ସବରେ ଶିଳ୍ପୀ କେଶୁଦାସ ସଭାପତିତ୍ୱ କରିଥିବା ବେଳେ ଉଦଘାଟକ ଭାବେ କବି ଓ ସମାଜସେବୀ ଅଞ୍ଜଳି ପଣ୍ଡା ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ମାନସ କୁମାର ଦତ୍ତ, ସମ୍ମାନିତ ଅତିଥି ଭାବେ ବ୍ରହ୍ମନାଥ ରଥ ଓ ପର୍ଶୁରାମ ବେହେରା ଯୋଗଦେଇ ବାଲେଶ୍ଵରର ଲୋକକଳା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଶେଷରେ କନକଲତା ଦାସ ଧନ୍ୟବାଦ ଦେଇଥିଲେ ।
ତିନିଦିନ ଧରି ସକାଳ ୯ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା । ସାଧାରଣ ଲୋକେ ଏହାକୁ ଦେଖି ପାରିବେ ଓ କିଣି ପାରିବେ । ଶୁକ୍ରବାର ୪ ଟାରେ ଆଲୋଚନା ଓ ଶେଷଦିନ ଶନିବାର ୪ ଟାରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ଏଥର ବାଲେଶ୍ବରରେ ଗଣେଶ ଚତୁର୍ଥୀରେ ବାଲେଶ୍ବର ବାସୀଙ୍କ ମନ କିଣିଲା ଜଉକଣ୍ଢେଇରେ ଗଣେଶ । ୨.୫ ସେଣ୍ଟିମିଟର ରୁ ୨୫ ସେଣ୍ଟିମିଟର ଆକାରର ଜଉକଣ୍ଢେଇରେ ଗଣେଶ ୫୦ ପ୍ରକାରର ପ୍ରଦର୍ଶନ ହୋଇଛି । ୨୦୦ ରୁ ଊର୍ଦ୍ଧ୍ଵ ଜଉକଣ୍ଢେଇରେ ଶ୍ରୀଗଣେଶ ସ୍ଥାନୀୟ ହୋଇଛି ।
ମୋଟ ୪୦ ରୁ ଊର୍ଦ୍ଧ୍ଵ ଅଂଶ ଗ୍ରହଣ କରିଥିବା ବେଳ ପ୍ରମୁଖ ଅଂଶ ଗ୍ରହଣକାରୀ କାରିଗର ମାନେ ହେଲେ କନକଲତା ଦାସ, ମାୟା ନାୟକ, ରାଧାମଣୀ ସାହୁ, ଅନିତା ସିଂ, ଫୁଲମଣୀ ସରେନ, ଭାନୁମତୀ ସାହୁ, ମମତା ସିଂ, ମମତାମୟୀ ସିଂ, ସୁମତୀ ସିଂ, ରୁନୀ ସିଂ, ଗେଲାମଣୀ ମାରଣ୍ଡି, ସରିତା ସିଂ, କାପୁରା ମୁର୍ମୁ, ମିତନୀ ମୁର୍ମୁ, ଗୌରୀ ବେସ୍ରା, କବିତା ଦେ, ସୁକାନ୍ତୀ ସାହୁ, ପାବର୍ତୀ ମୁର୍ମୁ, ଦଶମୀ ସରେନ, ଲକ୍ଷ୍ମୀପ୍ରିୟା ସାହୁ ।