ସ୍ପେଶାଲ ଡ୍ରାଇଭର ଚଢ଼ାଉ : ୧୦ ଦିନରେ ୩ କୋଟି ଟଙ୍କାର ଫାଇନ୍ ଆଦାୟ
![](https://thetruths.in/wp-content/uploads/2021/04/9c4a5bd4-0b5b-498c-bc89-0cd18bffaf39.jpg)
ଭୁବନେଶ୍ୱର : କରୋନା ସଂକ୍ରମଣ ଲାଗି ଓଡିଶା ପୋଲିସ୍ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ ରେ ଗତ ୨୪ ଘଂଟା ମଧ୍ୟରେ ୯୦୩୨ ଜଣଙ୍କ ଠାରୁ ୨୭ ଲକ୍ଷ ୪୦ ହଜାର ୪୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ମାସ୍କ ବ୍ୟବହାର ନକରିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ମାମଲାରେ ଏହି ଜୋରିମାନା ଆଦାୟ ହୋଇଥିବା ଓଡିଶା ପୋଲିସ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସ୍ପେଶାଲ ଡ୍ରାଇଭ୍ ର ୧୦ ଦିନ ମଧ୍ୟରେ ମୋଟ ୧୦୧୦୫୭ଙ୍କ ଠାରୁ ୨ କୋଟି ୯୮ ଲକ୍ଷ ୨୧ ହଜାର ୯୯୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଓଡିଶା ପକ୍ଷରୁ ସୂଚନା ଦିଆଯାଇଛି ।