ଦୃଷ୍ଟିହୀନଙ୍କ ପାଇଁ ସ୍ମାର୍ଟ ଆଶାବାଡ଼ି

ଆଜିର ବ୍ୟସ୍ତବହୁଳ ଦୁନିଆରେ ରାସ୍ତାସାରା ଭିଡ଼ । ଅସଂଖ୍ୟ ଗାଡିମୋଟର, ଅଟ୍ଟାଳିକା, ପୋଲ, ଖାଲ, ଗଡ଼ାଣି, ଉଠାଣି । ସେ ଭିଡ଼ ମୋଡ଼ ଭିତରେସବୁ ବାଧାକୁ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଂଚିବା ଦୃଷ୍ଟିହୀନଙ୍କପାଇଁ ଖାଲି କଷ୍ଟକର ନୁହେଁ, ବରଂ ଗୋଟେ ଚ୍ୟାଲେଞ୍ଜ ଭଳି । ଏଥିକୁ ସାହା କେବଳ ଗୋଟିଏ ଆଶାବାଡ଼ି ଯାହା ଗୋଟିଏ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ସେମାନଙ୍କୁ ସହଯୋଗ କରିଥାଏ । କୋଉଠି ଖାଲ, କୋଉଠି ମୁଣ୍ଡ ଉପରକୁ ବାହାରିଥିବା କାନ୍ଥ କି କୋଉଠି ଖୋଲା ଛାତ, ଏସବୁ ଜାଣିବା କଷ୍ଟକର ହେତୁ ବଡ଼ ଦୁର୍ଘଟଣାର କାରଣ ବନିଥାଏ । ଏଥିରୁ ବର୍ତିବା ପାଇଁ ପାଇଆଇଟି ଦିଲ୍ଲୀ ସ୍ମାର୍ଟ କେନ ନାମରେ ଏକ ଡିଭାଇସ ପ୍ରସ୍ତୁତ କରିଛି ଯାହାକୁ ଆଶାବାଡି ସହିତ ଖଞ୍ଜାଯାଇ ରାସ୍ତାରେ ଆସୁଥିବା ଯେକୌଣସି ପ୍ରତିବନ୍ଧକ ବିଷୟରେ ଜାଣିହେବ । ଏହା ବିଭିନ୍ନ ପ୍ରକାର କମ୍ପନ ଜରିଆରେ ବ୍ୟବହାରକର୍ତାଙ୍କୁ ଭିନ୍ନ ପ୍ରତିବନ୍ଧକର ସୂଚନା ଦେଇଥାଏ । ଏହି ଉପକରଣ ଅଲଟ୍ରାସୋନିକ ରଶ୍ମିର ଏକ ଟ୍ରନ୍ସମିଟର, ରିସିଭର ସେଟ୍ ଏବଂ ମାଇକ୍ରୋ କଂଟ୍ରୋଲର ଜରିଆରେ ନିରାପଦ ଦୂରତାରୁ ହିଁ ପ୍ରତିବନ୍ଧକର ସୂଚନା ଦିଏ । ୩ ମିଟର ଦୂତାରୁ ଉପରକୁ ଥିବା ପ୍ରତିବନ୍ଧକ କିମ୍ବା ୧ ମିଟର ଦୂରତାରୁ ଭୂମିସ୍ତରରେ ଥଇବା ପ୍ରତିବନ୍ଧକ ବିଷୟରେ ଏହା ୟୁଜରକୁ ଜଣାଇଦେଇ ସତର୍କ କରିଦିଏ । ଏହାର ଦାମ୍ ଏବେ ବଜାରରେ ୪୦ ହଜାର ଟଙ୍କା ରହିଛି କିନ୍ତୁ ସବୁ ଦୁଷ୍ଟିହୀନ ଏହାକୁ କିଣିବାକୁ ସକ୍ଷମ ନଥିବାରୁ ଏହାର ଶସ୍ତା ମଡେଲ ଭାରତୀୟ ବଜାରକୁ ଖୁବ୍ ଶୀଘ୍ର ପ୍ରବେଶ କରିବ, ଯାହାକୁ କୌଣସି ଦୃଷ୍ଟିହୀନ ମାତ୍ର ୧୫୦୦ରୁ ୨୦୦୦ ଟଙ୍କା ଦେଇ କିଣିପାରିବେ ।