ପ୍ରିଂଟେଡ୍ ଡ୍ରେସ୍ ସାଜିଛି ସମର ଟ୍ରେଣ୍ଡ
ଖରାଦିନେ ଫ୍ୟାଶନେବଲ୍ ଦେଖାଯିବାକୁ ଲୋକେ ଗାଢ଼ କିମ୍ବା ସାଦା ଡ୍ରେସ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଏଥର ସମର୍ ଫ୍ୟାଶନ୍ରେ ମାର୍କେଟ୍କୁ ଆସିଛି ଲାଇଟ୍ ରଙ୍ଗର ପ୍ରିଂଟେଡ୍ ଡ୍ରେସ୍ । ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । କଲେଜ୍ ପଢୁଆ ଯୁବତୀ ହୁଅନ୍ତୁ ଅବା କର୍ମଜୀବୀ ମହିଳା, ସଭିଙ୍କୁ ପ୍ରିଂଟେଡ୍ ଡ୍ରେସ୍ ବେଶ୍ ମାନିଥାଏ ।
ପ୍ରିଂଟେଡ୍ ଓଢ଼ଣୀ
ଯଦି ଲଙ୍ଗ୍ ସାଲୱାର୍ କିମ୍ବା କୁର୍ତି ପିନ୍ଧିଛନ୍ତି ତେବେ ଏହାସହ ପ୍ରିଂଟେଡ୍ ଓଢ଼ଣୀ ପକାନ୍ତୁ । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବ । ୱାନ୍ ସାଇଡ୍ରେ ଏହି ଓଢ଼ଣୀକୁ ପକାଇଲେ ଆହୁରି ଆକର୍ଷଣୀୟ ଦେଖାଯିବେ ।
ପ୍ରିଂଟେଡ୍ ଅନାରକଲି
ଝିଲ୍ମିଲ୍ କିମ୍ବା ଏମ୍ବ୍ରୟଡରି ଛାଡ଼ି ଯଦି ଧଳା ରଙ୍ଗର ପ୍ରିଂଟେଡ୍ ଅନାରକଲି ପିନ୍ଧିବେ ତା’ହେଲେ ଭିଡ଼ ଭିତରୁ ବି ବାରିହୋଇପଡ଼ିବେ । ଏହା ଶରୀରକୁ ଖରାରୁ ରକ୍ଷା ରଖିବା ସହ ଆଖିକୁ ବି ଳସୁନ୍ଦର ଦେଖାଯିବ ।
ପାର୍ଟି ପାଇଁ ଅରେଞ୍ଜ୍
ଯଦି ପାର୍ଟି ଫଙ୍କ୍ସନ୍କୁ ଯାଉଛନ୍ତି ତେବେ କମଳା ରଙ୍ଗର ଅନାରକଲି କିମ୍ବା ଲଙ୍ଗ୍ ପ୍ରିଂଟେଡ୍ ଡ୍ରେସ୍ ବେଶ୍ ଆକର୍ଷଣୀୟ ଦିଶିବ । ଏହି ଡ୍ରେସ୍ରେ ହାଲ୍କା ଓଜନର ଇୟର୍ରିଙ୍ଗ୍ ଏବଂ ହାଇ ହିଲ୍ ପିନ୍ଧିଲେ ବେଶ୍ ଭଲ ।