ଅଳପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରରୁ କାରଣ ଦର୍ଶାଅ ନୋଟିସ୍
![](https://thetruths.in/wp-content/uploads/2021/06/Alpan-Bandopadhyay.jpg)
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଳପନ୍ ବନ୍ଦୋପାଧ୍ୟାୟଙ୍କ ଅବସର ପତ୍ର ପଠାଇବାର କିଛି ଘଣ୍ଟା ପରେ କେନ୍ଦ୍ର ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ସେହିପରି ତିନିଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳପନ୍ ବନ୍ଦୋପାଧ୍ୟାୟଙ୍କୁ ସୋମବାର ଦିଲ୍ଲୀର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିବାକୁ କୁହାଯାଇଥିଲା । ଗତକାଲି ସେ ଦିଲ୍ଲୀ ନ ଯାଇ ଅବସର ନେଇଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ନିଯୁକ୍ତି ଓ ତାଲିମ ବିଭାଗର ଡେପୁଟେସନରେ ସୋମବାର ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନା ଯେ, ସୋମବାର ଅଳପନ୍ ବନ୍ଦୋପାଧ୍ୟାୟ କେନ୍ଦ୍ରୀୟ ସେବାରୁ ଅବସର ନେଇଛନ୍ତି ଓ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।
ମମତା କହିଛନ୍ତି ଯେ, ଯେହେତୁ ଅଳପନ୍ ବନ୍ଦୋପାଧ୍ୟାୟ ଆଜି ଅର୍ଥାତ ମେ ୩୧ରେ ସେ ତାଙ୍କ ସେବାରୁ ଅବସର ନେଇଛନ୍ତି, ତେଣୁ ସେ ଦିଲ୍ଲୀରେ ଯୋଗଦେବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଅଳପନଙ୍କୁ ନବନ୍ନା ଛାଡିବାକୁ ଦେବି ନାହିଁ। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ତିନିବର୍ଷ କାର୍ଯ୍ୟ କରିବେ”। ଅଳପନ୍ ବନ୍ଦୋପାଧ୍ୟାୟ ଦିଲ୍ଲୀ ଯାଇନଥିଲେ କିନ୍ତୁ କୋଲକାତାର ସଚିବାଳୟରେ ତାଙ୍କର ସରକାରୀ କାର୍ଯ୍ୟ ପରିଚାଳନା କରିଥିଲେ, କାରଣ ରାଜ୍ୟ ତାଙ୍କୁ ତାଙ୍କ କର୍ତ୍ତବ୍ୟରୁ ମୁକ୍ତ କରିନଥିଲେ। ସୂତ୍ରରୁ ପ୍ରକାଶ ଯେ ଅଳପନ୍ ବନ୍ଦୋପାଧ୍ୟାୟଙ୍କ ସମ୍ପ୍ରସାରଣ ବଙ୍ଗଳା ସରକାରଙ୍କ ମୁଖ୍ୟ ସଚିବ ଭାବରେ ତାଙ୍କର ନିର୍ଦ୍ଦିଷ୍ଟ ଅନୁରୋଧ ଉପରେ ଆଧାରିତ ଥିଲା । ଅନୁରୋଧ ପ୍ରତ୍ୟାହାର ଓ ନୂତନ ମୁଖ୍ୟ ସଚିବଙ୍କ ନିଯୁକ୍ତି ସହିତ ସେମାନେ ଦାବି କରିଛନ୍ତି ଯେ ତାଙ୍କ ସେବାକୁ ବଢାଇବା ଲାଗି କେନ୍ଦ୍ରୀୟ ଆଦେଶ ମଧ୍ୟ ବାତିଲ ହୋଇଛି।