ଆରପାରିରେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ଆରପାରିରେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା । ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଅଟଳ ବିହାରୀ ପଣ୍ଡାଙ୍କ ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟ୍ରେ ପରଲୋକ ଘଟିଛି । ସେ ଏକାଧାରରେ ଜଣେ ସାହିତ୍ୟିକ, ଲେଖକ ଓ ଅଭିନେତା ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ସମ୍ବଲପୁର ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିଓ ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ବୋଲି ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କୁ କରୋନା ହୋଇଥିଲା ସେ ସେଥିରୁ ସୁସ୍ଥ ମଧ୍ୟ ହୋଇଥିଲେ । ପରେ ସେ ଗତ କିଛିଦିନ ଧରି ବ୍ଲଡ ସେପ୍ଟିସେମିଆରେ ପୀଡ଼ିତ ଥିଲେ। ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତକିଛି ଦିନ ଧରି ବୟସାଧିକ ସମସ୍ୟା ଯୋଗୁଁ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ଅଟଳ ବିହାରୀ ପଣ୍ଡା ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ। ଦୀର୍ଘ ଦିନ ଧରି ଅଭିନୟ କରିବାପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ। ସେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।
ପ୍ରଖ୍ୟାତ ଗୀତିକାର, ନାଟ୍ୟକାର, ଥିଏଟର ଏବଂ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୪ ପରଠାରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଜୀବନରେ ପ୍ରାୟ ଶହେଟି ନାଟକ ଅଭିନୟ କରିଥିଲେ। ସେ ୬୫ ଟି ମଞ୍ଚ ଏବଂ ରେଡିଓ ନାଟକ ଲେଖିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସମ୍ବଲପୁରୀରେ ଅଛନ୍ତି। ସେ ସମ୍ବଲପୁରୀ ନାଟକର ଅଗ୍ରଣୀ ନାଟ୍ୟକାରଙ୍କ ମଧ୍ୟରେ ଜଣେ । ତାଙ୍କ ଦ୍ୱାରା ଲିଖିତ “ଫଟା କପାଲ” ହେଉଛି ପ୍ରଥମ ମୁଦ୍ରିତ ସମ୍ବଲପୁରୀ ନାଟକ। ତାଙ୍କର ଦ୍ୱିତୀୟ ସମ୍ବଲପୁରୀ ନାଟକ ‘ଭଏଁଷ ଆଗେ ନାଗଧୁନି “ଏକ ବହୁଚର୍ଚ୍ଚିତ ନାଟକ। ଡଃ ହରେକୃଷ୍ଣ ମହତାବଙ୍କ ପରାମର୍ଶରେ ସେ ଛଅଟି ଅପେରା ଲେଖିଥିଲେ।ତାଙ୍କ ଦ୍ବାରା ଲିଖିତ ଅପେରା ” ବାଘ ମାତିଛି’ ଚହଳ ସୃଷ୍ଟି କରିଥିଲା। ମଣି ସଂଗ୍ରହ ଓ କ୍ଳାନ୍ତ ଅପରାହ୍ଣ ତାଙ୍କର ଦୁଇଟି ଲୋକପ୍ରିୟ ଓଡ଼ିଆ ନାଟକ। ସେ ଜଣେ ଗୀତିକାର ଭାବେ ସେ ଅନେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଲୋକପ୍ରିୟ ଗାୟକ ଫକୀର ପଟ୍ଟନାୟକଙ୍କ ଗାଇଥିବା ଅଧିକାଂଶ ଜନପ୍ରିୟ ଗୀତର ସେ ଗୀତିକାର। ସେ ୨୦୧୩ ମସିହାରେ ୮୩ ବର୍ଷ ବୟସରେ ଅଭିନେତା ଭାବରେ ସମ୍ବଲପୁରୀ ଚଳଚ୍ଚିତ୍ର “ଶଲା ବୁଢା” ରେ ଡେବ୍ୟୁ କରିବା ସମୟରେ ସେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସାବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଦୁଇଟି ସମ୍ବଲପୁରୀ ଚଳଚ୍ଚିତ୍ର ଆଦିମ ବିଚାର ଏବଂ ଶଲା ବୁଢାର ବଦଲାରେ ଅଟଳ ବିହାରୀ ପଣ୍ଡା ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ଶ୍ରେଷ୍ଠ ଅଭିନେତା ଭାବରେ ତାଙ୍କୁ ଓଡ଼ିଶା ସରକାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ରେ ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଡି ଲିଟ ପ୍ରଦାନ କରିଥିଲେ। ସେ ସରକାରୀ ସେବାରେ ଥିଲେ। ଅବସର ପରେ ସେ ବୁର୍ଲାରେ ରହିଲେ। ବୁର୍ଲାରେ ହିଁ ଅଟଳ ବିହାରୀ ପଣ୍ଡା ଶେଷ ନିଶ୍ୱାସ ତ୍ୟାଗ କଲେ।