ବାଲେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଜୁଳି କାଟ ପ୍ରତିବାଦରେ ସଦର ବିଜେପି ପକ୍ଷରୁ ବିକ୍ଷୋଭ

- ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି
- ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ଆସିଥିବା ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି
- ବିଦ୍ୟୁତ ସଂଯୋଗ ନହୋଇ ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ସାଧାରଣ ଉପଭୋକ୍ତାଙ୍କ ପାଖକୁ ଆସୁଛି
ବାଲେଶ୍ୱର : ମହାମାରୀ କରୋନା ଭଳି ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଗତ ଏପ୍ରିଲ ୪ ତାରିଖରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରାଙ୍କ ସଂଯୋଜନାରେ ସଦର ବିଜେପି ପକ୍ଷରୁ ବାଲିଆ ସ୍ଥିତ ବିଦ୍ୟୁତ ଡିଭିଜନାଲ ଏସ୍.ସି ଅଫିସ ଘେରାଉ କରାଯାଇଥିଲା । ପୂର୍ବରୁ ଦର ବୃଦ୍ଧି ପ୍ରତିବାଦରେ ବିଜେପି ବିଧାନସଭା ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବା ପରେ ବି ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଲେ ନାହିଁ । ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି ।
ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍ ଏବଂ ଟିକସ ଅଧିକା ନେବା ନୀତିକୁ ବିଜେପି ଘୋର ନିନ୍ଦା କରିଛିା ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟରେ ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ନହୋଇ ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ଆସୁଛି । ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ ଗଭୀର ନଳକୂପ ଖନନ କରିଥିଲେ । ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ ତାର ମଧ୍ୟ ଟଣା ହୋଇଛି । କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି ।ଏହା ସହ ବାତ୍ୟା ପରେ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଯୁବନେତା ଶ୍ରୀ ଦତ୍ତ ଦାବୀ କରିଛନ୍ତି । ପରିଶେଷରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଏହି ପ୍ରତିକାତ୍ମକ ଧାରଣାରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ବିବେକାନନ୍ଦ ରାଉତ, ସେଖ ହଲିମ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ପିତାମ୍ବର ଭୂୟାଁ, ଧୀରଜ ମହାନ୍ତି, ଅରୁପ ଜେନା, ପବନ କମିଳା, ମୁନା ମହନ୍ତ, ତପନ ବେହେରା, ବଳରାମ ପାତ୍ର, ହେମନ୍ତ ମାସନ୍ତ, ଉତ୍ତମ ପ୍ରଧାନ, ଅଶୋକ ଦାସ, ତରୁଣ ବର୍ଦ୍ଧନ, ଅମ୍ବିକା ବେହେରା, ସସ୍ମିତା ଚାନ୍ଦ, ସବିତା ପାଣିଗ୍ରାହୀ, ଅନିତା ଦାସ, ତରୁଲତା ବେହେରା, ପର୍ଶୁରାମ ମହାନ୍ତି, ଶ୍ରୀହରି ଶୁକ୍ଳା, ପ୍ରତାପ ପ୍ରଧାନ, ବବଲୁ ମିଶ୍ର, ଦିଲୀପ ଦାସ, ଭବାନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।