ବାଲେଶ୍ୱର : ସଦର ବିଜେପି ପକ୍ଷରୁ ବାରିକ ସମାଜକୁ ରାସନ ସାମଗ୍ରୀ ବିତରଣ
![](https://thetruths.in/wp-content/uploads/2021/06/30.06.2021-piccs-5-1024x538.jpeg)
- ଶ୍ୟାମାପ୍ରସାଦଙ୍କ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ସେବା ସପ୍ତାହ
ବାଲେଶ୍ୱର : ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସେବା ସପ୍ତାହ (ସେବା ହିଁ ସଂଗଠନ) ଅବସରରେ ଆଜି ଜେଲ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିଜେପି ତରଫରୁ ବାରିକ ସମାଜର ଭାଇମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିତରଣ କରାଗଲା । ବିଶ୍ୱର ଲୋକପ୍ରିୟ ଜନନେତା ତଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ଓଡିଶାରେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଲେଶ୍ୱରରେ ସେବାକାର୍ଯ୍ୟ ଜାରି ରହିଛି । ମହମାରୀ କରୋନା ସମୟରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସଦାସର୍ବଦା ଲୋକଙ୍କ ସାଥିରେ ରହିଛନ୍ତି । କୋଭିଡ ମହମାରୀ ବିରୋଧି ଲଢେଇରେ ସମାଜସେବା ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ପ୍ରେରଣା ।
କୋଭିଡ ମହାମାରୀ, ପରବର୍ତ୍ତୀ ଲକଡାଉନ ଏବଂ ବାତ୍ୟା ପରେ ବାରିକ ସମାଜର ଭାଇ ମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । କାରଣ ଏହି ଜାତିର ଭାଇମାନେ ସାଧାରଣତଃ ତାଙ୍କ ଜାତିର କୌଳିକ ବୃତ୍ତିକୁ ଆପଣେଇଥାନ୍ତି ଏବଂ ଏହା ସେମାନଙ୍କର ଏକମାତ୍ର ଆୟର ପନ୍ଥା ହୋଇଥାଏ । ମାତ୍ର ଏହି କରୋନା ମହାମାରୀ ପାଇଁ ସେମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଏହାକୁ ଆଖି ଆଗରେ ରଖି ସହରରେ ବସବାସ କରୁଥିବା ବାରିକ ସମାଜର ଭାଇମାନଙ୍କୁ ଯଥାସାଧ୍ୟ ସାହାର୍ଯ୍ୟ ଓ ସହଯୋଗ ବାଲେଶ୍ୱର ବିଜେପି ତରଫରୁ କରାଯାଇଛି । ଏହି ଅବସରରେ ଆଜି ବିଜେପି ପକ୍ଷରୁ ସହରର ୧୫୦ ରୁ ଉର୍ଦ୍ଧ୍ୱ ବାରିକ ପରିବାରକୁ ରାସନ ସାମଗ୍ରୀ ବିତରଣ କରାଯାଇଛି । ଏଥିରେ ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଜିତ ମିଶ୍ର, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ଆଶିଷ ଘୋଷ, ରାଜେନ୍ଦ୍ର ଚାଟାର୍ଜୀ, ବିଭୁପଦ ଦାସ, ବୈଲୋଚନ ଦାସ, ଲକ୍ଷ୍ମୀକାନ୍ତ ବେହେରା, ଅଶୋକ ଦାସ, ବିକାଶ ପାଢୀ, ଧୀରଜ ମହାନ୍ତି, ଅନୀଲ ମହାନ୍ତି, ମୁନା ମହନ୍ତ, ପବନ କମିଳା, ଶ୍ରୀହରି ଶୁକ୍ଳା, ପର୍ଶୁରାମ ମହାନ୍ତି, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ମଧୁଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।