ସହିଦନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ୭ ଦିନ ପାଇଁ ସିଲ୍
![](https://thetruths.in/wp-content/uploads/2021/04/Reliance-Trends.jpg)
ଭୁବନେଶ୍ୱର : ଭୁବନେଶ୍ୱରର ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ଷ୍ଟୋରକୁ ସିଲ୍ କରିଛି ବିଏମସି । ସେଠାରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ତେଣୁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋର ଏପ୍ରିଲ ୨୯ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ରିଲାଏନ୍ସ ଟ୍ରେଣ୍ଡ୍ସ ପରିସରକୁ ସାନିଟାଇଜ କରାଯିବ । ଏହାର ପରିସରକୁ କିମ୍ବା ବାହାରେ କାହାକୁ ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ ନାହିଁ ।
କିଛି ସର୍ତ୍ତ ସହିତ ୭ଦିନ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍ସ ଷ୍ଟୋରକୁ ସିଲ କରାଯାଇଛି। ସେଗୁଡ଼ିକ ହେଲା- ରିଲାଏନ୍ସ ଟ୍ରେଣ୍ଡ୍ସ ପରିସରକୁ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଷ୍ଟୋର ମୁଖ୍ୟଙ୍କ ଦ୍ୱାରା ସାନିଟାଇଜ କରାଯିବ। ସିଲ୍ ଅବଧି ସମୟରେ ରିଲାଏନ୍ସ ଟ୍ରେଣ୍ଡ୍ସ ପରିସରକୁ କିମ୍ବା ବାହାରେ କାହାକୁ ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନିଜ ନିଜ ବାସସ୍ଥାନରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଡାକ୍ତରଖାନା ଯିବା ଭଳି ସ୍ଥିତି ଉପୁଜେ, ତେବେ ରିଲାଏନ୍ସ ଟ୍ରେଣ୍ଡ୍ସର ଷ୍ଟୋର ମ୍ୟାନେଜର ତୁରନ୍ତ ବିଏମସିକୁ ଏ ବିଷୟରେ ଜଣାଇବେ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ରିଲାଏନ୍ସ ଟ୍ରେଣ୍ଡ୍ସର ଷ୍ଟୋର ମ୍ୟାନେଜର ତୁରନ୍ତ ସହାୟତା ପାଇଁ ବିଏମସି କଣ୍ଟ୍ରୋଲ ରୁମ (ମୋ: ୭୮୪୭୮୭୩୦୪୦) କିମ୍ବା ୧୯୨୯ସହିତ ଯୋଗାଯୋଗ କରିବେ।