ଭୁବନେଶ୍ୱର : ୮୫୧ ପଜିଟିଭ୍, ୪୨୯ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଆଉ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୯୮ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୭୫୫ ଲୋକାଲ୍ କେସ ରହିଛନ୍ତି । ଏହାଛଡ଼ା ଆଜି ୪୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୭୫୫ ଲୋକାଲ୍ କେସ ଭିତରୁ ପଟିଆରୁ ସର୍ବାଧିକ ୬୧ , ନୟାପଲ୍ଲୀରୁ ୫୮ , ଖଣ୍ଡଗିରିରୁ ୪୬ , ଓଲ୍ଲହ ଟାଉନ୍ ରୁ ୩୭ , ଲକ୍ଷ୍ମୀସାଗରରୁ ୩୪ ,ଚନ୍ଦ୍ରଶେଖରପୁରରୁ ୩୨ , ପୋଖରୀପୁଟରୁ ୨୧, ଝାରପଡାରୁ ୨୦ , ମେଂଚଶ୍ୱର , ବମିଖାଲଓ ବିଜେବି ନଗରରୁ ୧୯ ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି । ସେହିପରି ଡେଲ୍ଟା କଲୋନୀରୁ ୫, ହଂସପାଳରୁ ୩, ନାଗେଶ୍ୱର ଟାଙ୍ଗିରୁ ୪, ନହରକଂଟାରୁ ୧୨, ଜୟଦେବ ବିହାରରୁ ୧୫, ମଧୁସୂଦନ ନଗରରୁ ୨, ମୈତ୍ରୀ ବିହାରରୁ ୫, ଲିଙ୍ଗିପୁରରୁ ୩, ଆଇଗିଣିଆରୁ ୪, ଗଙ୍ଗୋତ୍ରୀ ନଗରରୁ ୨, ଆଇଆରସି ଭିଲେଜରୁ ୮, ଜାଗମରାରୁ ୧୬, ଘାଟିକିଆରୁ ୪, ଜୟଦୁର୍ଗା ନଗରରୁ ୪, ଝାରପଡ଼ାରୁ ୨୦, କଳାରାହାଙ୍ଗରୁ ୩, କଳିଙ୍ଗନଗରରୁ ୫, କଳିଙ୍ଗ ନଗରରୁ ୯, କଳ୍ପନାରୁ ୭, ଫରେଷ୍ଟ ପାର୍କ ଏରିଆରୁ ୬, ଗାଡ଼କଣରୁ ୬, ଗଜପତି ନଗରରୁ ୩, ଡୁମ୍ଡୁମାରୁ ୧୩, ୭ମ ବାଟାଲିୟନ୍ରୁ ୩, ବୁଦ୍ଧ ନଗରରୁ ୨, ଚିନ୍ତାମଣୀଶ୍ୱରରୁ ୭, ଚକେଇଶିଆଣୀରୁ ୬, ଭୀମଟାଙ୍ଗିରୁ ୫, ଭୀମପୁରରୁ ୩, ବାପୁଜୀ ନଗରରୁ ୭, ବରମୁଣ୍ଡାରୁ ୧୪, ବଶିଷ୍ଟ ନଗରରୁ ୨, ଆଚାର୍ଯ୍ୟ ବିହାରରୁ ୨, ଅଶୋକ ନଗରରୁ ୨ ଓ ବଡ଼ଗଡ଼ରୁ ୪ ଜଣ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ସେହିପରି ନୀଳାଦ୍ରି ବିହାରରୁ ୧୫, ପାତ୍ରପଡ଼ାରୁ ୬, ସହିଦ ନଗରରୁ ୫, ୟୁନିଟ୍-୪ରୁ ୬, ୟୁନିଟ୍-୬ରୁ ୧୨, ୟୁନିଟ୍-୮ରୁ ୧୧, ୟୁନିଟ୍-୯ରୁ ୧୨ ସୌଭାଗ୍ୟ ନଗରରୁ ୩, ସୁନ୍ଦରପଦାରୁ ୬, ସୂର୍ଯ୍ୟନଗରରୁ ୨, ଟଙ୍କପାଣି ରୋଡ୍ ରୁ ୮, ୟୁନିଟ୍ -୩ରୁ ୮, ଶିରିପୁରରୁ ୬, ସାମନ୍ତବିହାରରୁ ୨, ଶାସ୍ତ୍ରୀ ନଗରରୁ ୭, ସତ୍ୟ ନଗରରୁ ୫, ସତ୍ୟ ବିହାରରୁ ୨, ସାମନ୍ତରାପୁରରୁ ୮, ଶୈଳଶ୍ରୀ ବିହାରରୁ ୪, ଭିଏସ୍ଏସ୍ ନଗରରୁ ୨, ରଙ୍ଗମାଆରୁ ୨, ରସୁଲ୍ ଗଡ଼ରୁ ୮, ପାଇକନଗରରୁ ୫, ପାଣ୍ଡରାରୁ ୫, ପୋଖରୀପୁଟରୁ ୨୧, ପଳାଶପଲ୍ଲୀରୁ ୩, ପଳାଶୁଣୀରୁ ୮ ଜଣ ଲେଖାଏ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୯୬ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩୬୧୦୩କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୬୯୧୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୯ ରହିଛି ।