ଆମ ରୋଷେଇ- “ସ୍ପ୍ୟାନିସ ଚିକେନ୍”
ଆବଶ୍ୟକ ସାମଗ୍ରୀ :
ଚିକେନ୍- ୨୫୦ ଗ୍ରାମ, ପିଆଜ- ୨ଟା(ବଡ଼), ଛତୁ- ୫୦ ଗ୍ରାମ, ଟମାଟୋ- ୨ଟା(ଛୋଟ), କ୍ୟାପସିକମ୍- ୧ଟା, ଗୋଲମରିଚ ଗୁଣ୍ଡ ୧ ଚାମଚ(ଛୋଟ), କଞ୍ଚାଲଙ୍କା- ୨/୩ଟା, ରିଫାଇନ ତେଲ-୨ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ :
ଚିକେନ୍କୁ ଛୋଟ ଛୋଟ ଖଣ୍ଡ କାଟି ଭଲ ଭାବରେ ଧୋଇ ଲୁଣ ଓ ସୋୟାସସ୍ (୧ ଚାମଚ) ଗୋଳାଇ ଅଧ ଘଣ୍ଟା ରଖନ୍ତୁ । କଡ଼ାଇରେ ତେଲ ଗରମ କରି ଗୋଳାଇ ରଖିଥିବା ଚିକେନ୍ ଖଣ୍ଡ ଗୁଡ଼ିକୁ ଭାଜି ରଖନ୍ତୁ । ଅନ୍ୟ ଏକ କଡ଼ାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ଛତୁ, ଟମାଟୋ କଟା ଓ ଗୋଟା ଲଙ୍କା ମଝିରୁ ଚିରି ପକାନ୍ତୁ । ଏଗୁଡ଼ିକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଭାଜି ରଖିଥିବା ଚିକେନ୍ ଓ କଟା କ୍ୟାପ୍ସିକମ୍ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । କଡ଼ାଇରୁ ଚିକେନ୍କୁ ଗୋଟିଏ ପାତ୍ରରେ କାଢି ରଖନ୍ତୁ । ଓଭାନ ଗରମ କରନ୍ତୁ । ବର୍ତ୍ତମାନ ଚିକେନ୍ ଉପରେ ଗୋଲମରିଚ ଗୁଣ୍ଡ ପକାଇ ପାତ୍ରଟିକୁ ଓଭାନ ଭିତରେ ୧୫ ମିନିଟ ବେକ୍ କରନ୍ତୁ । ଚିକେନ୍କୁ ଓଭାନରୁ କାଢି ଭଲ ଭାବରେ ଗୋଳାଇ ଗରମ ଗରମ ରୁଟି ସହିତ ପରିବେଷଣ କରନ୍ତୁ ସ୍ପ୍ୟାନିସ୍ ଚିକେନ୍ ।
ଆମ ରୋଷେଇ- “ସ୍ପ୍ୟାନିସ ଚିକେନ୍” କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ