ଆମ ରୋଷେଇ- ”ଆଳୁ ପନିର ମସଲା” (ବିହାରୀ ପ୍ରଣାଳୀ, ନିରାମିଷ)
ସାମଗ୍ରୀ :
ଆଳୁ – ୨ ଟି (ସିଝା )
ପନିର – ୭୫ ଗ୍ରାମ (ଚାରିକଣିଆ କରି କଟା )
ସୋରିଷ – ୧ ଟେବୁଲ ଚାମଚ
ରସୁଣ – ୧ ଟେବୁଲ ଚାମଚ
କଞ୍ଚା ଲଙ୍କା – ୩ ଟି (କଟା)
ହଳଦୀ – ୧ ଛୋଟ ଚାମଚ
ମେଥି ପତ୍ର (ଶୁଖିଲା) – ୧ ଟେବୁଲ ଚାମଚ
ଟମାଟୋ – ( ଛୋଟ କଟା )
ତେଲ – ୩ ଟେବୁଲ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ସୋରିଷ , ରସୁଣ , କଞ୍ଚା ଲଙ୍କା କୁ ବାଟି ପେଷ୍ଟ ପ୍ରସ୍ତୁତ ।
କଡେଇ ରେ ତେଲ(2 ଟେବୁଲ ଚାମଚ) ନେଇ ଗରମ କରନ୍ତୁ ଓ ସେଥିରେ କଟା ହୋଇଥିବା ପନିର ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ ।
ପନିର କୁ କଡେ଼ଇରୁ ବାହାର କରି ଆଉ୧ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ । ଗରମ ହୋଇଗଲେ ବଟା ହୋଇଥିବା ପେଷ୍ଟ ଓ ମେଥି ପତ୍ର ପକାଇ କସନ୍ତୁ ।
୧ ମିନିଟ କଷିଲା ପରେ ହଳଦୀ, ଲୁଣ, କଟା ସିଝା ଆଳୁ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ ।
କଟା ଟମାଟୋ ସହ ୧ କପ ପାଣି ପକାଇ ୪-୫ ମିନିଟ ଯାଏ ଘୋଡାଇ ଦିଅନ୍ତୁ ମସଲା ଭଲ ଭାବେ ହୋଇଗଲେ ସେଥିରେ ଭଜା ପନିର ପକାଇ ଆଉ ୧ କପ ପାଣି ଦେଇ ଗୋଳାଇ ଦିଅନ୍ତୁ ଓ ୫-୭ ମିନିଟ ମାଧ୍ୟମ ଆଞ୍ଚରେ ରଖନ୍ତୁ ।
ଅଳ୍ପ ଝୋଳ ରଖି ଭାତ କିମ୍ବା ରୋଟୀ ସହ ପରସନ୍ତୁ ।