ଆମ ରୋଷେଇ- “ମୁଗଡାଲି କୋଫ୍ତା”

ସାମଗ୍ରୀ :
୧ ବଡ଼ ଗିନା ମୁଗଡ଼ାଲି, ୨୦୦ ଗ୍ରା. ପାଳଙ୍ଗ
ଶାଗ / ଧନିଆପତ୍ର, ୨ଟି କଞ୍ଚାଲଙ୍କା, ୧ ଇଞ୍ଚ ଅଦା, ୪ କୋଲା
ରସୁଣ ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ମସଲା ପାଇଁ:
୧ବଡ଼ ପିଆଜ, ୧ ଚାମଚ ଅଦା-ରସୁଣ ପେଷ୍ଟ, ୧ ଚାମଚ ଧନିଆଗୁଣ୍ଡ,
ଅଧା ଚାମଚ ଜିରାଗୁଣ୍ଡ, ଅଧା ଚାମଚ ଲାଲ ଲଙ୍କାଗୁଣ୍ଡ, ଅଧା ଚାମଚ ହଳଦି, ୧ ଚାମଚ
କିଚେନ୍ କିଙ୍ଗ, ୨ ଚାମଚ ଟମାଟୋ ପ୍ୟୁରି, ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି : ପ୍ରଥମେ ମୁଗଡ଼ାଲିକୁ ଭଲ ଭାବରେ ଧୋଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ ।
ଅଦା, ରସୁଣ, ଲଙ୍କା ଦେଇ ମୁଗ ଡାଲିକୁ ପେଷ୍ଟ କରନ୍ତୁ । ଧ୍ୟାନ ଦେବେ ବାଟଣ ଯେପରି
ପାଣିଆ ହେବ ନାହିଁ । ପାଳଙ୍ଗ ଶାଗକୁ ପତଳା ଚୂନାଚୂନା କାଟି ପେଷ୍ଟରେ ପକାନ୍ତୁ । (ଶାଗ ନ
ଥିଲେ ଧନିଆପତ୍ର ଦେଇପାରନ୍ତି) । ଲୁଣ ଦେଇ ଭଲ ଭାବରେ ମିଶାନ୍ତୁ । କଡ଼େଇରେ ତେଲ
ଗରମ କରି ବଡ଼ବଡ଼ କୋଫ୍ତା ଆକାରରେ ଛାଣନ୍ତୁ । ପକୋଡ଼ା ହୋଇଗଲେ କାଢ଼ି ପ୍ଲେଟ୍ର
ରଖିଦିଅନ୍ତୁ । ଅନ୍ୟ ଏକ କଡ଼େଇରେ ତେଲ ନ ଦେଇ ପିଆଜକୁ ବାଦାମୀ ରଙ୍ଗଯାଏ ଭାଜନ୍ତୁ ।
ପିଆଜ ଭାଜିହୋଇଗଲେ ତାକୁ ଗ୍ରାଇଣ୍ଡି କରି ପେଷ୍ଟ କରନ୍ତୁ । ଏବେ କଡ଼େଇରେ ତେଲ
ଗରମ କରି ପିଆଜ ବଟା, ଅଦା-ରସୁଣ ପେଷ୍ଟକୁ ଭଲକରି ଭାଜନ୍ତୁ । ମସଲା ଭାଜି ହୋଇଗଲା
ପରେ ସେଥିରେ ଆବଶ୍ୟକ ପରିମାଣର ପାଣି ଓ ଲୁଣ ଦେଇ ମସଲା ଫୁଟିବାକୁ ଦିଅନ୍ତୁ । ମସଲା
ଭଲଭାବରେ ଫୁଟିଗଲେ କୋପ୍ତାଗୁଡ଼ିକୁ ସେଥିରେ ପକାଇ ଦିଅନ୍ତୁ । ୨-୩ ମିନିଟ୍ ପରେ ଆଞ୍ଚ
ବନ୍ଦ କରନ୍ତୁ । ଗରମ ଭାତ କିମ୍ବା ରୁଟି ସହିତ ଏହାକୁ ପରିବେଷଣ କରନ୍ତୁ ।