ଆମ ରୋଷେଇ- “କାନିକା ଅଭଡ଼ା”

ସାମଗ୍ରୀ :
ବସୁମତୀ ଚାଉଳ – ୧ କପ୍
ଗୁଆ ଘିଅ – ୨ ଟେବୁଲ ଚାମଚ
ଚିନି – ୧/୪ କପ୍
ଗୋଲମରିଚ – ୩ – ୪ ଟି
ଲବଙ୍ଗ – ୨-୩ ଟି
ଅଳେଇଚ – ୨ଟି
ବଡ ଅଳେଇଚ – ୧ ଟି
ତେଜ ପତ୍ର – ୧ ଟି
ଡାଲଚିନି – ୧ ଇଞ୍ଚ ଖଣ୍ଡେ
ହଳଦୀ – ୧/୨ ଚାମଚ
ଗରମ ପାଣି – ୨.୫ କପ
କାଜୁ ବାଦାମ – ୧ ଟେବୁଲ ଚାମଚ
କିସମିସ – ୧ ଟେବୁଲ ଚାମଚ
କ୍ଷୀର – ୧ ଟେବୁଲ ଚାମଚ
ଲୁଣ – ସ୍ବଦାନୁସାରେ
ପ୍ରଣାଳୀ :-
ବସୁମତୀ ଚାଉଳ କୁ ଧୋଇ ୩୦ ମିନିଟ ଯାଏ ଅଳ୍ପ ପାଣିରେ ଭିଜେଇ ରଖନ୍ତୁ । ଏହାପରେ ଚାଉଳରୁ ପାଣି ନିଗାଡ଼ି ଗୋଟେ କପଡା ରେ ଖେଳାଇ ଶୁଖାଇ ଦିଅନ୍ତୁ । ଚାଉଳ ଟିକେ ସୁଖି ଗଲେ ସେଥିରେ ହଳଦୀ ଗୋଳାଇ ରଖି ଦିଅନ୍ତୁ । ଗ୍ୟାସରେ ବଡ ପ୍ୟାନ ବସାନ୍ତୁ , ସେଥିରେ ୧ ଚାମଚ ଗୁଆ ଘିଅ ପକାନ୍ତୁ । ଘିଅ ଗରମ ହୋଇଗଲେ କାଜୁ ଓ କିସମିସ ପକାଇ ନାଲିଚିଆ ହେବ ଯାଏ ଭାଜନ୍ତୁ । ଏବେ ପ୍ୟାନରେ ଆଉ ଏକ ଚାମଚ ଘିଅ ଦେଇ ଗୋଲମରିଚ ,ଲବଙ୍ଗ,ଅଳେଇଚ,ବଡ ଅଳେଇଚ ,ତେଜ ପତ୍ର ,ଡାଲଚିନି ପକାଇ କିଛି ସମୟ (୨ ମିନିଟ )ଗୋଳାନ୍ତୁ । ଏହାପରେ ସେଥିରେ ଚାଉଳ ପକାଇ ମଧ୍ୟମ ଆଞ୍ଚ ରେ ଚାଉଳ ବ୍ରାଉନ ରଙ୍ଗ ହେବ ପର୍ଯ୍ୟନ୍ତ ଗୋଳାନ୍ତୁ । ଚାଉଳ ବ୍ରାଉନ ରଙ୍ଗ ହୋଇଗଲେ ସେଥିରେ ଗରମ ପାଣି , କ୍ଷୀର ପକାଇ ଭଲକି ଗୋଳାଇ ଗୋଡ଼ାଇ ଦିଅନ୍ତୁ । ଚାଉଳ ଟିକେ ହୋଇଗଲେ ଚିନି ମିଶାଇ ଦିଅନ୍ତୁ । ଚାଉଳ ଭଲ ଭାବେ ହୋଇଗଲେ ଆଞ୍ଚ ରୁ ବାହାରକୁ ଆଣି ଭଜା ହୋଇ ଥିବା କାଜୁ କିସମିସ ରେ ସଜାଇ ପରସନ୍ତୁ ।
“କାନିକା ଅଭଡ଼ା” କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ