ଆମ ରୋଷେଇ- ”ମାଛ ପଲାଉ”

ସାମଗ୍ରୀ :
ଭାତ – ୨୫୦ ଗ୍ରାମ ଚାଉଳର
ମାଛ (ଛୋଟ ପିସ୍ ) – ୩୦୦ ଗ୍ରାମ (ବିନା କଣ୍ଟା )
ହଳଦୀ ଗୁଣ୍ଡ – ୧/୨ ଟେବୁଲ ଚାମଚ
ଲଙ୍କା ଗୁଣ୍ଡ – ୧/୨ ଟେବୁଲ ଚାମଚ
ଅଦା ବଟା – ୧ ଟେବୁଲ ଚାମଚ
ରସୁଣ ବଟା – ୧ ଟେବୁଲ ଚାମଚ
ପିଅଜ଼ ବଟା – ୧/୨ ଟେବୁଲ ଚାମଚ
ଗରମ ମସଲା – ୧/୨ ଛୋଟ ଚାମଚ
ଦହି (yogurt) – ୧ କପ
କ୍ରିମ – ୧/୪ କପ (ବଜାର ରେ ମିଳେ )
ଧଣିଆ ପତ୍ର – ୧/୪ (କଟା)
ପିଆଜ – ୧/୪ କପ (କଟା)
ତେଲ – ଫ୍ରାଏ କରିବା ପାଇଁ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ମାଛର ମଝି କଣ୍ଟା ବାହାର କରି ପିସ୍ ପିସ୍ କରି ରଖନ୍ତୁ (କେବଳ ମଝି କଣ୍ଟା ଥିବା ମାଛ ନେବା ଭଲ ) ।
ଗୋଟେ ପାତ୍ର ରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଦା ରସୁଣ ଓ ପିଅଜ଼ ବଟା , ୧/୨ କପ ଦହି ନେଇ ଭଲକି ଗୋଳାଇ ଦିଅନ୍ତୁ । ଏବେ ମାଛ ନେଇ ମାରିନେଟ କରି ୩୦ମିନିଟ ଯାଏ ରଖି ଦିଅନ୍ତୁ ।
ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ ଓ ମାରିନେଟ ହୋଇଥିବା ମାଛକୁ ପକାଇ ଏପଟ ସେପଟ କରି ବ୍ରାଉନ ରଙ୍ଗ ହେବ ଯାଏ ଭାଜନ୍ତୁ ।
ଭାଜି ହୋଇଗଲେ ପ୍ୟାନ ରୁ ମାଛ ବାହାର କରି ଅଳ୍ପ ଆଞ୍ଚ ରେ ପ୍ୟାନ ବସାନ୍ତୁ ଓ ଆଉ ଟିକେ ତେଲ ଦେଇ କଟା ପିଆଜ କୁ ଅଳ୍ପ ଫ୍ରାଏ କରନ୍ତୁ ।
ଭଜା ହୋଇଥିବା ମାଛ ରେ ବାକି ରହିଥିବା ଦହି, କ୍ରିମ, ଧଣିଆ ପତ୍ର ଓ ଫ୍ରାଏ ହୋଇଥିବା ପିଆଜ ଗୋଳାଇ ଦିଅନ୍ତୁ ।
ଏବେ ଓଭାନ ରେ ରଖି ହେଲା ଭଳି ପାତ୍ର ନିଅନ୍ତୁ । ପାତ୍ର ରେ ଅଧା ଭାତ ନେଇ ମଝିରେ ମାଛ ଓ ଉପରେ ଆଉ ଅଧା ଭାତ ଉପରେ ଦେଇ ଘୋଡାଇ ଦିଅନ୍ତୁ । ଲୋ ହିଟ୍ ରେ ଓଭାନ ସେଟ୍ କରି୨୦-୩୦ ମିନିଟ୍ ଯାଏ ରଖନ୍ତୁ ।
ପରେ ଏହାକୁ ସର୍ଭିଙ୍ଗ ପ୍ଲେଟକୁ ବାହାର କରନ୍ତୁ ଓ ଗରମା ଗରମ ପରସନ୍ତୁ ।