ଆମ ରୋଷେଇ- ”ଅଣ୍ଡା ମେଗି”
ସାମଗ୍ରୀ :
ଅଣ୍ଡା – ୩ଟି
ଛୋଟ ମେଗି ପ୍ୟାକେଟ – ୨ଟି
ପାଣି – ୧.୫ କପ
କଟା ପିଆଜ – ୧/୨ କପ
କଟା କାପ୍ସିକମ – ୧/୨ କପ
କଟା କଞ୍ଚା ଲଙ୍କା – ୨ଟି
ଜିରା ଗୁଣ୍ଡ – ୧/୨ ଚା’ ଚାମଚ
ଗରମ ମସଲା – ୧/୨ ଚା’ ଚାମଚ
ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ତେଲ – ୨ ଚାମଚ
ଟମାଟୋ ସସ – ୨ ଚାମଚ
ପ୍ରଣାଳୀ-
ମେଗୀ ୨ ପ୍ୟାକେଟ ଭାଙ୍ଗି ଦିଅନ୍ତୁ ।
ଗ୍ୟାସ ରେ ପାଣି ଗରମ କରନ୍ତୁ ସେହି ଗରମ ପାଣିରେ ମାଗିକୁ ପକାଇ ମସଲା ପକାଇ ଦିଅନ୍ତୁ । ୪ ମିନିଟ ପାଇଁ ଗ୍ୟାସ ରେ ଉଚ୍ଚ ଆଞ୍ଚରେ ରେ ଗରମ କରନ୍ତୁ ।
ଯଦି କିଛି ପାଣି ସାଥିରେ ରହି ଯାଉଛି କିଛିଚିନ୍ତା କରନ୍ତୁ ନାହିଁ ମାଗି ଆପେ ପାଣି କୁ ଟାଣି ନେବ କିନ୍ତୁ ଭୁଲ ରେ ବି ଆଉ ଗରମ କରନ୍ତୁ ନାହିଁ ।
ଗୋଟିଏ ପାତ୍ରରେ ଅଣ୍ଡା ଭାଙ୍ଗି ଚାମଚ ସାହାଯ୍ୟ ରେ ଫେଣ୍ଟାଇ ଦିଅନ୍ତୁ । ଗ୍ୟାସରେ ପ୍ୟାନ ଗରମ କରି ଅଳ୍ପ ତେଲ ପକାଇ ଅଣ୍ଡା କୁ ଭଲ ଭାବେ ଭାଜି ଅଲଗା କାଢି ରଖନ୍ତୁ ।
ସେହି ପ୍ୟାନରେ ୨ ଚାମଚ ତେଲ ପକାଇ ଗରମ କରନ୍ତୁ ।
ସେଥିରେ କଟା ହୋଇ ଥିବା ପିଆଜ ପକାଇ ନରମ ହେଲା ଯାଏ ଭାଜନ୍ତୁ ।
ଏହାପରେ କାପ୍ସିକମ ଓ କଟା ଲଙ୍କା କୁ ୨-୩ ମିନଟ ପାଇଁ ଭାଜନ୍ତୁ ।
ତାପରେ ସେଥିରେ ଗରମ ମସଲା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ୧ ମିନିଟ ପାଇଁ ଭାଜନ୍ତୁ ।
ଏହାପରେ ସିଝା ହୋଇ ରହିଥିବା ମେଁଗୀ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭାଜନ୍ତୁ । ଏବେ ସସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଣ୍ଡା ଭଜା ପକାଇ ୨ ମିନଟ ପାଇଁ ଭାଜନ୍ତୁ। ଏବେ ଆଞ୍ଚରୁ ବାହାର କରି ଗୋଟିଏ ପ୍ଲେଟକୁ କାଢି ସେଥିରେ ସସ ଏବଂ ବିଟ ଲୁଣ ପକାଇ ମଜା ନିଅନ୍ତୁ ।