ମୃଦୁ ଭୂକମ୍ପରେ ଥରିଲା ରାୟଗଡ଼ା

ରାୟଗଡା : ରାୟଗଡ଼ାରେ ମୃଦୁ ଭୂକମ୍ପ । ଗୁରୁବାର ଭୋର ପ୍ରାୟ ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମାତ୍ର ୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୂତ ହୋଇଥିବାରୁ ସମସ୍ତେ ଜାଣି ପାରିନଥିଲେ ।
ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିବାର ସୂଚନା ରହିଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ଝଟ୍କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ତେବେ ଏବେ ଯାଏଁ ରିକ୍ଟର ସ୍କେଲ୍ର ଭୁକମ୍ପ ତ୍ରିବତା କେତେ ଥିଲା, ତାହା ସ୍ପଷ୍ଟ ହୋଇନାହିଁ ।