ମୁକୁନ୍ଦପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୭ ଗୁରୁତର

ରାୟଗଡ଼ା : ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯାତ୍ରୀବାହୀ ବସ ଓଲଟି ୭ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ସୂଚନା ଯେ, ଯାତ୍ରୀଙ୍କୁ ନେଇ ଓମ୍ ସାଇ ନାମକ ଏକ ବସ୍ଟି ଜୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । କିନ୍ତୁ ରାୟଗଡ଼ା ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟି ନିକଟରେ ଯାତ୍ରୀବାହୀ ବସ୍ଟି ଭାରସାମ୍ୟ ହରାଇ ଓଲଟିପଡିଛି । ଯାହାଫଳରେ କି ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟମାସ୍ଥଳରୁ ଫେରାର୍ ହୋଇଯାଇଛି ।