ରାହୁଲ ଗାନ୍ଧୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ଆତଙ୍କ ଖେଳାଇ ଦେଇଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷରୁ ଅଧିକ ଚିହ୍ନଟ ହେଉଛନ୍ତି । ନେତା, ଅଭିନେତା ଠାରୁ ଆରମ୍ଭ କରି କରୋନା ଯୋଧ୍ୟା ମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
After experiencing mild symptoms, I’ve just tested positive for COVID.
— Rahul Gandhi (@RahulGandhi) April 20, 2021
All those who’ve been in contact with me recently, please follow all safety protocols and stay safe.
ଟ୍ୱିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ ପରୀକ୍ଷା କରାଇଲି। ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରହନ୍ତୁ।