କୋଭିଡ୍ କଟକଣାରେ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ
ପୁରୀ : କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ । ସାହିଯାତର ସମସ୍ତ ନୀତିକାନ୍ତିକୁ ପାଳନ କରାଯିବା ପାଇଁ ଉଦ୍ୟମ କରାଯିବ। ସର୍ବନିମ୍ନ ୨୦ରୁ ୨୫ଜଣଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ପତ୍ର ଦେବେ ଉପଜିଲ୍ଲାପାଳ । ତେବେ କୌଣସି ପ୍ରକାର ଶୋଭାଯାତ୍ରାକୁ ସାହିଯାତ ସମୟରେ ଅନୁମତି ଦିଆଯିବ ନାହିଁ ।
ମଙ୍ଗଳବାର ପୁରୀର ବିଭିନ୍ନ ସାହିର ସଭାପତି, ସମ୍ପାଦକ, ବୁଦ୍ଧିଜୀବୀ ଓ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଚନ୍ଦନଯାତ୍ରା କିଭଳି ପାଳନ କରାଯିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।