୭ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭, ୨୦୨୧ ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା ୨୦୨୧” କାର୍ଯ୍ୟକ୍ରମରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ ଏଗଜାମ ୱାରିୟର (#examWarriors) ଶିକ୍ଷକ ଓ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା ।” ୭ ଏପ୍ରିଲରେ ୭ଟା ସମୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।