ଆଜି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2021/07/PM-Narendra-Modi-9-1024x768.jpg)
- କୋଭିଡ୍ ସ୍ଥିତି ଓ ଟିକାକରଣର ସମ୍ପର୍କରେ ହେବ ସମୀକ୍ଷା
ନୂଆଦିଲ୍ଲୀ : ଆଜି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ସମ୍ପୃକ୍ତ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ବୋଲି କୁହାଯାଉଛି ।
ଉତ୍ତର-ପୂର୍ବାଞ୍ଚଳର ଏସବୁ ରାଜ୍ୟଗୁଡିକ ମଧ୍ୟରେ ରହିଛି ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ, ମଣିପୁର, ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ । ଏସବୁ ରାଜ୍ୟରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି । ତେଣୁ ତାର ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ମୋଦିଙ୍କୁ ଅବଗତ କରାଇବେ ।