ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା

Vaccine injection procedure for a pregnant woman, cropped view without face
- କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରାଳୟ ଗର୍ଭବତୀ ମହିଳାଙ୍କ ଟିକାକରଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା କୋଭିଡ-୧୯ ଟିକା ସୁରକ୍ଷିତ ଅଟେ । ଅନ୍ୟ ବ୍ୟକ୍ତିଙ୍କ ଭଳି ଗର୍ଭବତୀ ମହିଳା ମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣରୁ ବର୍ତ୍ତିବା ଲାଗି କରୋନା ଟିକା ନେଇପାରିବେ ।
ସରକାରଙ୍କ ତରଫରୁ କୁହାଯାଇଛି ଯେ, ସମସ୍ତ ଗର୍ଭବତୀ ମହିଳାମାନେ ଅନ୍ୟ ଲୋକଙ୍କ ଭଳି କୋୱିନ ପୋର୍ଟାଲରେ ପଂଜିକରଣ କରିବାକୁ ହେବ । ଏହା ପରେ ନିଜକୁ କୋଭିଡ-୧୯ ଟିକାକରଣ କେନ୍ଦ୍ରରେ ପଂଜିକରଣ କରିବାକୁ ପଡ଼ିବ । ସରକାର ଲଗାତାର ଟିକା ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମହିଳାଙ୍କ ସଂପର୍କିତ ଆଶା-ଆଶଙ୍କାର ସମାଧାନ କରୁଛନ୍ତି । ଏହି କ୍ରମରେ ପ୍ରସୂତୀ ପରେ ମହିଳାଙ୍କୁ କରୋନା ଟିକା ନେବା ଲାଗି ଅପେକ୍ଷା ନ କରିବାକୁ ପରାମର୍ଶ ଦିଆଯାଉଛି । କାରଣ ସନ୍ତାନ ଜନ୍ମ ପରେ ମହିଳା ଯେକୌଣସି ସମୟରେ ଟିକା ନେଇପାରିବେ । ଏବେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଗର୍ଭବତୀ ମହିଳା ମଧ୍ୟ ଟିକା ନେଇପାରିବେ ।