ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଗୁଜରାଟ ଏବଂ ଦିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଗୁଜରାଟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦମନ ଏବଂ ଦିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମୁଦ୍ରିକ ବାତ୍ୟା ତାଉତେ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲି ଦେଖିବା ସହିତ କଣ କଣ କ୍ଷୟକ୍ଷତି ହୋଇଛି ସେସବୁର ସମୀକ୍ଷା କରିବେ । ପ୍ରଥମେ ଦିଲ୍ଲୀରୁ ଭାବନଗର ଯିବେ । ପରେ ସେଠାରୁ ସେ ଉନା, ଡିୟୁ, ଜାଫାରାବାଦ ଏବଂ ମହୁଆ ପ୍ରଭୁତି ଅଞ୍ଚଳକୁ ବିମାନ ଯୋଗେ ସର୍ଭେ କରିବେ । ସେଠାରୁ ଫେରିବା ପରେ ଆମେ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ କରିବେ ।
ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁଜରାଟରେ ତାଉତେ ପାଇଁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ୫୯୫୧ଟି ଗାଁରେ ବିଦ୍ୟୁତ ସରବରାହ ନଷ୍ଟ ହୋଇଥିବାବେଳେ ୧୬୦୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ୪୦ ହଜାରରୁ ଅଧିକ ଗଛ ଏବଂ ୭୦ ହାଜରରୁ ଅଧିକ ବିଦ୍ୟୁତ ପୋଲ ଉପୁଡ଼ି ଯାଇଛି । ତାଉତେ ସିନା ଚାଲିଯାଇଛି ହେଲେ ପଛରେ ଛାଡିଯାଇଛି ଅନେକ ବିନାଶର ଛାପ । ଯେଉଁଥିରେ ଭଜନଗର, ରାଜକୋଟ, ପାଟନ, ଆମ୍ରେଲି ଏବଂ ଭାଲସାଦ ସମେତ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ଅତି କମରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।