ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ! ଆସନ୍ତୁ ଜାଣିବା କେଉଁଠି କେତେ ଲିଟର ପିଛା ଦର ରହିଛି?
![](https://thetruths.in/wp-content/uploads/2021/06/Petrol-1024x540.jpg)
ନୂଆଦିଲ୍ଲୀ : ବର୍ତମାନ ଦେଶରେ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଶନିବାର ମଧ୍ୟ ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୨ରୁ ୨୭ ପଇସା ଏବଂ ଡିଜେଲ ପିଛା ୨୩ରୁ ୨୮ ପଇସା ବୃଦ୍ଧି କରିଛନ୍ତି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୯୬.୧୨ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୮୬.୯୮ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ଦର ୯୬.୦୬ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୮୯.୮୩ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୨.୩ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୪.୩୯ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ଦର ୯୭.୪୩ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୧.୬୪ ଟଙ୍କା ହୋଇଛି। ଗୁରୁଗ୍ରାମ ରେ ପେଟ୍ରୋଲ ଦର ୯୩.୭୪ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୮୭.୪୨ ଟଙ୍କା ହୋଇଛି। ନୋଏଡାରେ ପେଟ୍ରୋଲ ଦର ୯୩.୫୮ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୮୭.୫୭ ଟଙ୍କା ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୯୬.୮୭ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୪.୭୯ ଟଙ୍କା ହୋଇଛି। ହାଇଦ୍ରାବାଦରେ ପେଟ୍ରୋଲ ଦର ୯୯.୯ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୪.୮୨ ଟଙ୍କା ହୋଇଛି। ଜୟପୁରରେ ପେଟ୍ରୋଲ ଦର ୧୦୨.୭୩ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୫.୯୨ ଟଙ୍କା ହୋଇଛି। ବାଙ୍ଗାଲୋର ରେ ପେଟ୍ରୋଲ ଦର ୯୯.୩୩ ଟଙ୍କା ହୋଇଥିବା ବେଳେ ଜିଜେଲ ଦର ୯୨.୨୧ ଟଙ୍କା ହୋଇଛି।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସକାଳ ଛଅଟା ବେଳେ ବଦଳିଯାଏ। ନୂତନ ଦର ସକାଳ ୬ ଟାରୁ ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ଏହି ମାନଦଣ୍ଡ ଆଧାରରେ ତୈଳ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ଦର ଏବଂ ଡିଜେଲ ଦର ଠିକ୍ କରିବା କାର୍ଯ୍ୟ କରନ୍ତି। ଡିଲରମାନେ ହେଉଛନ୍ତି ପେଟ୍ରୋଲ ପମ୍ପ ଚଳାଉଥିବା ଲୋକ। ଗ୍ରାହକଙ୍କୁ ଟ୍ୟାକ୍ସ ଏବଂ ନିଜର ମାର୍ଜିନ ଯୋଡିବା ପରେ ସେମାନେ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟରେ ବିକ୍ରି କରନ୍ତି। ଏହି ମୂଲ୍ୟ ପେଟ୍ରୋଲ ଦର ଏବଂ ଡିଜେଲ ଦରରେ ମଧ୍ୟ ଯୋଡି ହୋଇଛି।
ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଆଇଓସିଏଲ ୱେବସାଇଟରୁ ପାଇବେ। ଆଜି ପେଟ୍ରୋଲ-ଡିଜେଲ ଅଧିକ ମହଙ୍ଗା ହେଲା, କେବଳ ଜୁନ୍ ମାସରେ ମୂଲ୍ୟ ଏତେ ବୃଦ୍ଧି ପାଇଲା।
ଜିଲାୱାରୀ ପେଟ୍ରୋଲ ଦର ଟଙ୍କାରେ ଅନୁଗୁଳରେ ୯୮ଟଙ୍କା ୪୨ପଇସା ଥିବାବେଳେ ବାଲେଶ୍ୱରରେ ୯୬.୮୭, ବରଗଡ଼ରେ ୯୭.୯୩, ଭଦ୍ରକ ୯୭.୩୯, ବଲାଙ୍ଗୀରରେ ୯୯.୦୨, ବୌଦ୍ଧରେ ୯୯.୪୭, କଟକରେ ୯୭.୦୪, ଦେବଗଡ଼ରେ ୯୭.୯୨, ଢେଙ୍କାନାଳରେ ୯୭.୭୬, ଗଜପତିରେ ୯୮.୬୨, ଗଞ୍ଜାମରେ ୯୮.୦୯, ଜଗତସିଂହପୁରରେ ୯୬.୬୧, ଯାଜପୁରରେ ୯୭.୪୦, ଝାରସୁଗୁଡାରେ ୯୬.୯୦, କଳାହାଣ୍ଡିରେ ୯୯.୫୬, କନ୍ଧମାଳରେ ୯୯.୩୮, କେନ୍ଦ୍ରାପଡାରେ ୯୬.୬୯, କେନ୍ଦୁଝରରେ ୯୮.୨୯, ଖୋର୍ଦ୍ଧାରେ ୯୬.୮୭, କୋରାପୁଟରେ ୧୦୦.୮୮, ମାଲକାନଗିରିରେ ୧୦୧.୯୪, ମୟୂରଭଞ୍ଜରେ ୯୭.୫୬, ନବରଙ୍ଗପୁରରେ ୧୦୧.୦୬, ନୟାଗଡ଼ରେ ୯୭.୨୭, ନୂଆପଡ଼ାରେ ୯୯.୮୮, ପୁରୀରେ ୯୬.୭୯, ରାୟଗଡ଼ାରେ ୯୯.୫୮, ସମ୍ବଲପୁରରେ ୯୭.୨୨, ସୋନପୁରରେ ୯୮.୨୫, ସୁନ୍ଦରଗଡରେ ୯୬ଟଙ୍କା ୯୩ପଇସା ରହିଛି ।
ସେହିପରି ଜିଲାୱାରୀ ଡିଜେଲ ଦର ଅନୁଗୁଳରେ ୯୬ଟଙ୍କା ୨୮ପଇସା ଥିବାବେଳେ ବାଲେଶ୍ୱରରେ ୯୪.୮୦, ବରଗଡରେ ୯୫.୮୩, ଭଦ୍ରକରେ ୯୫.୩୦, ବଲାଙ୍ଗୀରରେ ୯୬.୮୮, ବୌଦ୍ଧରେ ୯୭.୨୯, କଟକରେ ୯୪.୯୫, ଦେବଗଡ଼ରେ ୯୫.୮୨, ଢେଙ୍କାନାଳରେ ୯୫.୬୪, ଗଜପତିରେ ୯୬.୪୭, ଗଞ୍ଜାମରେ ୯୫.୯୬, ଜଗତସିଂହପୁରରେ ୯୪.୫୧, ଯାଜପୁରରେ ୯୫.୨୭, ଝାରସୁଗୁଡାରେ ୯୪.୮୪, କଳାହାଣ୍ଡିରେ ୯୭.୪୦, କନ୍ଧମାଳରେ ୯୭.୨୧, କେନ୍ଦ୍ରାପଡାରେ ୯୪.୫୯, କେନ୍ଦୁଝରରେ ୯୬.୧୪, ଖୋର୍ଦ୍ଧାରେ ୯୪.୭୯, କୋରାପୁଟରେ ୯୮.୬୮, ମାଲକାନଗିରିରେ ୯୯.୬୯, ମୟୂରଭଞ୍ଜରେ ୯୫.୪୭, ନବରଙ୍ଗପୁରରେ ୯୮.୮୫, ନୟାଗଡ଼ରେ ୯୫.୧୭, ନୂଆପଡ଼ାରେ ୯୭.୭୧, ପୁରୀରେ ୯୪.୭୧, ରାୟଗଡ଼ାରେ ୯୭.୪୦, ସମ୍ବଲପୁରରେ ୯୫.୧୫, ସୋନପୁରରେ ୯୬.୧୪, ସୁନ୍ଦରଗଡରେ ୯୪ଟଙ୍କା ୮୭ପଇସା ରହିଛି ।