ବିରୋଧି ଦଳ କୃଷି ଏବଂ କୃଷକ ସମସ୍ୟାକୁ ନେଇ ଗମ୍ଭୀରତା ନାହିଁ : ତୋମର

ନୂଆଦିଲ୍ଲୀ : କେନ୍ଦ୍ରୀୟ କୃଷି ଏବଂ କିସାନ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କହିଛନ୍ତିଯେ ବିରୋଧୀ ସାଂସଦ କୃଷକ ଏବଂ କୃଷି ବିଷୟକୁ ନେଇ ଗମ୍ଭୀର ନାହାନ୍ତି ।
ତୋମର ମଙ୍ଗଳବାର ଦିନ ଟ୍ୱିଟ୍ କରି କହିଥିଲେ ଯେ ସଂସଦରେ ଯେଉଁଭଳି ବ୍ୟବହାର ବିରୋଧି ସାଂସଦ କରୁଛନ୍ତି ସେ କୃଷକ ବିରୋଧି ଅଟେ । ଶ୍ରୀ ତୋମର କହିଛନ୍ତି କି ଆଜିର କାର୍ଯ୍ୟସୂଚୀରେ ଗାଁ ଏବଂ କୃଷକ ସମ୍ପର୍କିତ କୌଣସି ପ୍ରଶ୍ନ ଚର୍ଚ୍ଚାରେ ଥିଲା କିନ୍ତୁ ବିରୋଧୀ ସାଂସଦ ଗୃହରେ କୃଷକଙ୍କ ହିତ ପାଇଁ କୁହାଯାଉଥିବା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ତୋମର ଆହୁରି କହିଛନ୍ତି ଯେ ଯଦି ବିରୋଧି ସଦସ୍ୟ କୃଷକଙ୍କ ପ୍ରତି କିଛି ସହାନୁଭୂତି ରଖନ୍ତେ ତେବେ ନିଜକୁ ଶାନ୍ତିର ସହିତ ନିଜ ସ୍ଥାନରେ ବସିବାକୁ ପଡ଼ନ୍ତା । ପ୍ରଶ୍ନ ମାଧ୍ୟମରେ ନିଜ ନିଜର ବିଷୟ ରଖନ୍ତେ । ତୋମର ଆହୁରି କହିଲେ ଯେ ବିରୋଧୀ ସାଂସଦ ଯେଉଁଭଳି ହୋହାଲ୍ଲା କରି କୃଷକଙ୍କ ହିତ କଥାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଏହାଦ୍ୱାରା ଗୃହର ଗାରିମା ନଷ୍ଟା ହେଉଛି ଏବଂ ଜନସାଧାରଣଙ୍କର କ୍ଷତି ହେଉଛି ।
ଉଲ୍ଲେଖନୀୟ କି ସୋମବାର ଦିନ କୃଷିମନ୍ତ୍ରୀ ତୋମର କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ହିତ ପାଇଁ କାମ କରୁଛନ୍ତି । ତିନୋଟି ଯାକ କୃଷି ଆଇନ୍ କୃଷକମାନଙ୍କ ହିତ ପାଇଁ । ଯେଉଁ କୃଷକ ଏବଂ କୃଷକ ସଂଗଠନ ତିନି କୃଷି ଆଇନ୍କୁ ଫେରାଇ ନେବାପାଇଁ ଧାରଣା କରୁଛନ୍ତି ସେହି କୃଷକମାନେ ଆନ୍ଦୋଳନ ରାସ୍ତା ଛାଡ଼ି କଥାବାର୍ତା କରିବା ଦରକାର । ତୋମର ଆହୁରି କହିଲେ କି କୃଷକ ସଂଗଠନକୁ କହିବା ଦରକାର କି ସେମାନେ ଆଇନ୍ର କେଉଁ ପ୍ରାବଧାନରେ ସମସ୍ୟା ଅଛି, ସେ କଥା ଶୁଣାଯିବ ଏବଂ ସମାଧାନ ବାହାର କରାଯିବ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ମାର୍ଚ୍ଚକୁ ବି ଡ୍ରାମା ବୋଲି କହିଥିଲେ ।