ସଂସଦର ସ୍ଥାୟୀ ସମିତି ସାମ୍ନାରେ ହାଜର ହେଲେ ଗୁଗଲ ଓ ଫେସବୁକର ଅଧିକାରୀ
![](https://thetruths.in/wp-content/uploads/2021/06/Standing-Committee-on-Parliament.jpg)
New Delhi, Mar 16 (ANI): NSG Commandos wearing a facemask amid concerns over the spread of the COVID-19 novel coronavirus, as they walk in front of the parliament house in New Delhi on Monday. (ANI PHOTO/RAVEENDRAN)
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ହେଉଥିବା ପ୍ରସଙ୍ଗରେ ଫେସବୁକ ଓ ଗୁଗଲର ଅଧିକାରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ସଂସଦର ସ୍ଥାୟୀ ସମିତି ସାମ୍ନାରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଫେସବୁକ ଓ ଗୁଗଲର ଅଧିକାରୀଙ୍କୁ ଉପସ୍ଥିତ ହେବାକୁ କମିଟି ସମନ ଜାରି କରିଥିଲା। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହି କମିଟିର ଅଧ୍ୟକ୍ଷ। ଏହି ବୈଠକରେ କମିଟି ନୂତନ ଆଇଟି ନିୟମ ଓ ଦେଶର ଆଇନ ପାଳନ କରିବାକୁ ଫେସବୁକ ଓ ଗୁଗଲକୁ କଡା ନିର୍ଦ୍ଦେଶ ଦେଇଛନ୍ତି।
ଫେସବୁକର ଭାରତରେ ଅବସ୍ଥାପିତ ଲୋକ ନୀତି ନିର୍ଦ୍ଦେଶକ ଶିବନାଥ ଠୁକରାଲ ଓ ଜେନେରାଲ କାଉନସିଲ ନମ୍ରତା ସିଂହ କମିଟି ସମ୍ମୁଖରେ ନିଜର ପକ୍ଷ ରଖିଛନ୍ତି। ସଂସଦୀୟ କମିଟିର ବୈଠକର ଏଜେଣ୍ଡା ନାଗରିକଙ୍କ ଅଧିକାରର ରକ୍ଷା କରିବା ଓ ସାମାଜିକ ଗଣମାଧ୍ୟମ-ଅନଲାଇନ ସମାଚାର ମିଡିଆ ମଞ୍ଚର ଦୁରୁପଯୋଗ ରୋକିବାର ଥିଲା। ଏହା ପୂର୍ବରୁ ଫେସବୁକର ପ୍ରତିନିଧି ସଂସଦୀୟ କମିଟିକୁ ଜଣାଇଥିଲେ ଯେ, କୋଭିଡ୍ ସମ୍ବନ୍ଧିତ ପ୍ରୋଟୋକଲ୍ କାରଣରୁ ତାଙ୍କ କମ୍ପାନୀ ଅଧିକାରୀଙ୍କୁ ଭୌତିକ ଭାବେ ଉପସ୍ଥିତ ହେବାକୁ ଅନୁମତି ଦେଉ ନାହିଁ। ତେଣୁ ଭର୍ଚୁଆଲ ବୈଠକ କରାଯାଉ। ହେଲେ କମିଟିର ଅଧ୍ୟକ୍ଷ ଶଶି ଥରୁର ଫେସବୁକର ଅଧିକାରୀଙ୍କୁ ବୈଠକରେ ପହଞ୍ଚିବାକୁ ପଡିବ, କାରଣ ସଂସଦୀୟ ସଚିବାଳୟ ଡିଜିଟାଲ ବୈଠକର ଅନୁମତି ଦିଏ ନାହିଁ ବୋଲି କହିଥିଲେ। ଏହା ପରେ ଫେସବୁକ ଓ ଗୁଗଲ ସଂସଦୀୟ କମିଟି ସମ୍ମୁଖରେ ହାଜର ହେବାକୁ ବାଧ୍ୟ ହୋଇଥିଲେ।