ଟିକାକରଣରେ ଓଡ଼ିଶାର ରେକର୍ଡ : ୧ କୋଟି ଲୋକ ନେଲେ ପ୍ରଥମ ଡୋଜ
![](https://thetruths.in/wp-content/uploads/2021/07/Odihsa-Vaccination-1024x576.jpg)
- ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭିାଗ
ଭୁବନେଶ୍ୱର : କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା। ରାଜ୍ୟରେ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି। ତେବେ ରେକର୍ଡ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସେହିପରି ୨୨ଲକ୍ଷ ୧୦ ହଜାର ଲୋକ ଟିକାର ୨ଟି ଡୋଜ୍ ନେଇଛନ୍ତି। ଏନେଇ ଟୁଇଟ୍ କରି ଓଡ଼ିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଶୁଭେଚ୍ଛା ଜଣାଇଛି।
ରାଜ୍ୟରେ ଏକ କୋଟି ଲୋକଙ୍କୁ ପାର କରିଛି ପ୍ରଥମ ଡୋଜ ଟିକା କରଣ । ଏନ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭିାଗ ପକ୍ଷରୁ ଏକ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଦେଶ ତଥା ରାଜ୍ୟ ପକ୍ଷରୁ ସମସ୍ତ ନାଗରୀକଙ୍କୁ ଟିକାକରଣ କରିବାକୁ ତିବ୍ର ଉଦ୍ୟମ ଜାରି ରହିଥିବା ବେଳେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ମୁତାବକ ଗତ ଜୁନ୍ ୨୧ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ମାଗଣାରେ ଟିକା ଯୋଗାଇବା ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ସେବେଠୁ ଦୈନିକ ତିନି ଲକ୍ଷ ଲୋକଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖି ଟିକାକରଣ ପ୍ରକ୍ରୀୟାକୁ ଆଗକୁ ନେଇ ଚାଲୁଛନ୍ତି । ତେବେ ରାଜ୍ୟ ଏକ କୋଟି ଲୋକଙ୍କୁ ପ୍ରଥମ ଟିକାକରଣ କରାଇବାର ମାଇଲଷ୍ଟୋନ ପାର କରିଥିବାରୁ ରାଜ୍ୟର ଉତ୍ସର୍ଗକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭିାଗ । କରୋନା ବିରୁଦ୍ଧରେ ଲଢିବା ପାଇଁ କୋଭିଡ ନିରୋଧି ଟିକା ଏକ ମାତ୍ର ସମ୍ବଳ ହୋଇଥୀବା ବେଳେ ଏହାକୁ ଅସ୍ତ୍ରକରି କରୋନା ବିରୁଦ୍ଧରେ ଲଡେଇ ଆରମ୍ଭ କରିଛନ୍ତି ସରକାର । ତେବେ ସରକାରଙ୍କ ପକ୍ଷରୁ ଟିକାକରଣ ଗତି ବଢାଇବାକୁ ଚେଷ୍ଟା ଜାରି ରହିଥିବା ବେଳେ ନିଜକୁ ଟିକାକରଣ କରାଇବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁଥିବାରୁ ମଧ୍ୟ ସରକାର ଧନ୍ୟବାଦ ଜଣାଇଛନ୍ତି ।