ଆଇପିଏସସ୍ତରରେ ଅଦଳବଦଳ
![](https://thetruths.in/wp-content/uploads/2021/07/IPS-1024x664.jpg)
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଆଇପିଏସସ୍ତରରେ ଅଦଳବଦଳ । ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ ଦେବଦତ୍ତ ସିଂହ । ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ନିଯୁକ୍ତ କରିଛନ୍ତି ସରକାର ।
ଏଥିସହିତ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ବରଗଡ଼ ଏସପି ଭାବେ ରାହୁଲ ଜୈନ ଏବଂ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । ପିଏସ ମୀନାଙ୍କୁ ମିଳିଛି ମାଲକାନଗିରିର ଏସପି ଦାୟିତ୍ୱ ।