ରାଜ୍ୟରେ ବର୍ତମାନ ସୁଦ୍ଧା ୧କୋଟି ୫୯ଲକ୍ଷ ୫୯ହଜାର ଜଣଙ୍କୁ ଟିକାକରଣ

ଭୁନେଶ୍ୱର : ବର୍ତମାନ ସୁଦ୍ଧା ଆମ ରାଜ୍ୟରେ ଏକ କୋଟି ୫୯ ଲକ୍ଷ ୫୯ ହଜାରଙ୍କୁ ଟିକା କରଣ ସରିଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏଥି ମଧ୍ୟରୁ ପ୍ରଥମ ଡୋଜ ଏକ କୋଟି ୨୧ ଲକ୍ଷ, ଦ୍ୱିତୀୟ ଡୋଜ ୩୭ ଲକ୍ଷ ୮୮ହଜାର ଜଣଙ୍କୁ ଦିଆ ଯାଇଛି । ଜୁଲାଇ ମାସରେ ନିର୍ଧାରିତ କୋଟା ଠାରୁ ଅଧିକ ଟିକା ରାଜ୍ୟକୁ ମିଳିଛି । ଜୁଲାଇ ମାସରେ ୩୦ ଲକ୍ଷ ୫୦ ହଜାର ୯୧୦ ଆଲୋକେସନ ଥିବା ବେଳେ ୪୪ ଲକ୍ଷ ୮୩ ହଜାର ୩୨୩ ଟିକା ମିଳିଛି । ସେ କହିଛନ୍ତି ଯେ ସେହିପରି ଅଗଷ୍ଟ ମାସ ପାଇଁ ୩୩ ଲକ୍ଷ ୭୨ ହଜାର ୨୮୦ ଡୋଜ ଆସିବ । ଏହା ବାଦ ରାଜ୍ୟ ଦ୍ରୁତ ଟିକା କରଣ ପାଇଁ ଅଧିକ ମାଗିବ । ଏବେ ସୁଦ୍ଧା ୩୦ ହଜାର ଗର୍ଭବତୀ ଟିକା ନେଇ ସାରିଛନ୍ତି । କୌଣସି ଜଣକ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ଆସନ୍ତା ୪ରୁ ୫ ମାସ ମଧ୍ୟରେ ଯଥେଷ୍ଟ ଆସିବାର ଅଛି । ଯଦି ମିଳିଲା ତାହେଲେ ରାଜ୍ୟ ଡିସେମ୍ବର ସୁଦ୍ଧା ଟିକା କରଣ ଲକ୍ଷ୍ୟ ହାସଲ କରି ପାରିବ ବୋଲି ସେ କହିଛନ୍ତି ।