ଓଡ଼ିଶା ବିଧାନସଭା ଫଳାଫଳ: ମ୍ୟାଜିକ ନମ୍ବର ଉପରକୁ ଗଲା ବିଜେପି, ୮୧ ଆସନରେ ଜିତି ସରକାର କରିବ ଦଳ
ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବିଧାନସଭାର ଫଳାଫଳ ବଡ ରୋଚକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଯାହା କେହି କଳ୍ପନା କରି ନ ଥିଲେ ତାହା ଘଟିଛି। ବର୍ତ୍ତମାନ ବିଜେପି ସର୍ବାଧିକ ଆସନରେ ଆଗୁଆ ରହି ଜିତିବା ସ୍ଥିତିରେ ରହିଛି। ଏପରିକି ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବର ୭୪ ପାର ହୋଇସାରିଛି। ଫଳରେ ଏଥର ରାଜ୍ୟରେ ବିଜେପି ସରକାର କରିବା ନିଶ୍ଚିତ ହୋଇଛି।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବିଜେପି ୮୧ଟି ଆସନରେ ଆଗୁଆ ଥିବା ବେଳେ ୪ଟି ଆସନରେ ବିଜୟ ଲାଭ କରିଛି। ସେହିଭଳି ବିଜେଡ଼ି ଗୋଟିଏ ଆସନରେ ଜିତିଥିବା ବେଳେ ୪୮ଟି ଆସନରେ ଆଗୁଆ ଅଛି ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ଗୋଟିଏ ଆସନରେ ଜିତିଥିବା ବେଳେ ୧୩ଟି ଆସନରେ ଆଗୁଆ ଅଛି। ଅନ୍ୟପକ୍ଷରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଗୋଟିଏ ଆସନରେ ଆଗୁଆ ରହିଥିବା ବେଳେ ସ୍ୱାଧୀନରେ ୩ ଜଣ ଆଗୁଆ ରହିଛନ୍ତି।
ବିଭିନ୍ନ ଦଳର ବର୍ତ୍ତମାନର ସ୍ଥିତି ହେଲା :
ବିଜେପି- ୮୧
ବିଜେଡି- ୪୮
କଂଗ୍ରେସ- ୧୫
ଅନ୍ୟାନ୍ୟ- ୦୪