ଦିନ କର୍ଫୁର ଆବଶ୍ୟକତା ନାହିଁ : ଏସ୍ଆର୍ସି
ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ଦିନ କର୍ଫୁ ଲାଗୁ ହେବାର କୌଣସି ଯୋଜନା ନାହିଁ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ସରକାର କରୋନା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସମସ୍ତେ କୋଭିଡ୍ ନିୟମ ମାନି ଚଳିବା ଦରକାର । ସୂଚନାଯୋଗ୍ୟ ରବିବାର ସକାଳେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟରେ ଦିନବେଳେ କର୍ଫୁ ଲାଗୁ ହୋଇପାରେ, ମୁଖ୍ୟମନ୍ତ୍ରୀ ଏ ନେଇ ଅନୁଧ୍ୟାନ କରୁଥିବା କହିଥିଲେ । ଯେତେଦୂର ସମ୍ଭବ ଦୁଇ ଚାରିଦିନ ମଧ୍ୟରେ କର୍ଫୁ ଜାରି ହେବାର ସମ୍ଭାବନା ରହିଛି ବୋଲି କହିଥିଲେ ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ୫ଶହ ମୁହାଁ ହୋଇଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି କି ଦିନବେଳା ରାଜ୍ୟରେ କର୍ଫୁ ଜାରିହେବାର ଯୋଜନା ନାହିଁ । ରବିବାର ପୂର୍ବାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟରେ ଦିନବେଳା କର୍ଫ୍ୟୁ ଜାରି ହୋଇପାରେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ଜେନା କହିଛନ୍ତି କି ରାଜ୍ୟରେ ମହାମାରୀ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଲୋକମାନଙ୍କ ଟ୍ରେସିଂ ଚିହ୍ନଟ କରାଯାଉଛି । ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଦୁଇଜଣ କରେନା ପଜିଟିଭ୍ ଚିହ୍ନଟ ହେବାପରେ ବିମାନବନ୍ଦର ଓ ବସ୍ଷ୍ଟାଣ୍ଡ ସମେତ ରେଳଷ୍ଟେସନରେ ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । କେବଳ ଭୁବନେଶ୍ୱରରୁ ୩୮ଜଣ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦକ୍ଷିଣ ପଶ୍ଚିମ ଓଡ଼ିଶାର ମୋଟ୍ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରିବାସହ ଜୋରିମାନା ଆଦାୟ ନିୟମକୁ କଡାକଡି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ୮ଜଣ କମର୍ଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଆଗାମୀ ସୋମବାର ଓ ମଂଗଳବାର ବ୍ୟାଙ୍କକୁ ବନ୍ଦ ରଖାଯାଇ ସାନିଟାଇଜେସନ କରାଯିବ । ଏହାସହିତ ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ।