ଭାରତ-ଶ୍ରୀଲଙ୍କା ସିରିଜ୍ ପ୍ରତି ନାହିଁ ବିପଦ !

କଲୋମ୍ୱୋ : ଭାରତ ଏବଂ ଶ୍ରୀଲଙ୍କା ସିରିଜ୍କୁ ନେଇ କରୋନା ବାଧା ସୃଷ୍ଟି କରୁଥିଲା । କିନ୍ତୁ ଏବେ ଏହି ସାରିଜ୍ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ । କାରଣ ଇଲଂଣ୍ଡରୁ ଫେରିଥିବା ସମସ୍ତ ଖେଳାଳୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ କୁଶଲ ପରେରାଙ୍କ ସହିତ ଅନ୍ୟ ଖେଳାଳୀ ସାମିଲ୍ ଅଛନ୍ତି । ପ୍ରଥମେ ଏହି ସିରିଜ୍ ୧୩ ତାରିଖରେ ଆୟୋଜନ ହେବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ଆନାଲିଷ୍ଟ ଜିଟି ନିରୋଶନ କରୋନା ପଜିଟିଭ୍ ହେବା ପରେ ସିରିଜ୍ ଏବେ ୧୮ ଜୁଲାଇରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି ।
ଶ୍ରୀଲଙ୍କା କ୍ରିକେଟ୍ ବେର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ସାଧାରଣତଃ ଦଳର ଯେଉଁ ସଦସ୍ୟ ପଜିଟିଭ୍ ଚିହ୍ନଟ ହୁଅନ୍ତି ସେମାନଙ୍କର ହିଁ ରେଜଲ୍ଟ ପ୍ରକାଶ କରିଯାଇଥାଏ । ଗତକାଲି ସମସ୍ତଙ୍କର ଟେଷ୍ଟ କରାଯାଇଥିଲା । ଆଜି ସେମାନଙ୍କର ରେଜଲ୍ଟ ଆସିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ପଜିଟିଭ୍ ରିପୋର୍ଟ ମିଳିନାହିଁ । ଦୁଇପ୍ରହର ମଧ୍ୟରେ ପଜିଟିଭ୍ ହୋଇଥିଲେ ଜଣାପଡ଼ିଯାଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କୌଣସି ରିପୋର୍ଟ ମିଳି ନାହିଁ । ଏଥିରୁ ଜଣାପଡ଼ୁଛି ଯେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିବ । ଯଦି ସବୁକିଛି ଠିକ୍ ରହେ ତେବେ ଇଲଂଣ୍ଡରୁ ଫେରିଥିବ ଖେଳାଳୀମାନେ କ୍ୱାରେଣ୍ଟିନ୍ରୁ ବାହାରକୁ ଆସିପାରିବେ ଏବଂ ସବୁଜ ବଳୟ ଭିତରେ ରହିବେ । ପ୍ରୋଟୋକଲ୍ ଅନୁସାରେ ପ୍ରତି ତିନିଦିନ ବା ପାଞ୍ଚଦିନରେ ଥରେ ଖେଳାଳୀଙ୍କ ଟେଷ୍ଟ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।