ଭାରତ ଫେରିବ ନିରବ ମୋଦି
ନୂଆଦିଲ୍ଲୀ : ଭାରତକୁ ପ୍ରତ୍ୟର୍ପଣ ହେବ ହଜାର ହଜାର କୋଟି ଟଙ୍କା ଠକେଇରେ କୁଖ୍ୟାତ ଠକ ନିରବ ମୋଦି ଭାରତ ଫେରିବ । ଏ ନେଇ ଅନୁମତି ଦେଲେ ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ବ୍ରିଟେନ୍ ଗୃହ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିବା ପରେ ନିରବ ମୋଦିକୁ ଭାରତ ଆଣିବା ରାସ୍ତା ଏକ ପ୍ରକାର ସଫା ହୋଇଛି ।
ସୂଚନା ଯେ, ଭାରତରେ ନିରବ ମୋଦି ବିରୁଦ୍ଧରେ ବହୁ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା ନିରବ ମୋଦି । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା । ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରାଳୟ । ସିବିଆଇ କହିବା ମୁତାବକ, ବ୍ରିଟେନ୍ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି । ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି । ବର୍ତ୍ତମାନ ବ୍ରିଟେନ ଗୃହ ବିଭାଗ ଗ୍ରୀନ୍ ସିଗ୍ନାଲ ଦେବା ପରେ ନିରବ ମୋଦିକୁ ଭାରତ ଆଣିବା ରାସ୍ତା ସଫା ହୋଇଛି ।