କରୋନା ରୋଗୀଙ୍କୁ ପ୍ଲାଜମା ଡୋନେଟ୍ କରିବେ ନିକ୍କି ତାମ୍ବୋଲି
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ବହୁ ସଂଖ୍ୟକ କରୋନା ସଂକ୍ରମିତ ରିପୋର୍ଟ ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ସେଲିବ୍ରେଟ୍ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏହି ତାଲିକାରେ, ବର୍ତ୍ତମାନ ବିଗ୍ ବସ୍ ୧୪ ଫେମ୍ ନିକ୍କି ତାମ୍ବୋଲିଙ୍କ ନାମ ମଧ୍ୟ ଯୋଡା ହୋଇଛି । ନିକ୍କି ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ସୂଚନାନୁସାରେ, ନିକ୍କି କରୋନା ସଂକ୍ରମିତ ରୋଗୀଙ୍କୁ ପ୍ଲାଜମା ଡୋନେଟ୍ କରିବାକୁ ଯାଉଛନ୍ତି ।
ନିକଟରେ ନିକ୍କି ସୋସିଆଲ ମିଡିଆରେ ଲାଇଭ୍ ଯାଇଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ଅଭାବୀ ରୋଗୀଙ୍କ ପାଇଁ ପ୍ଲାଜମା ଡୋନେଟ୍ କରିବାକୁ ଯାଉଛନ୍ତି । ନିକ୍କି କହିଛନ୍ତି, ମୋର ବ୍ଲଡ୍ ଗ୍ରୁପ୍ ଓ ପଜିଟିଭ୍ ଏବଂ ମୁଁ କରୋନା ରୋଗୀଙ୍କ ପାଇଁ ପ୍ଲାଜ୍ମା ଡୋନେଟ୍ କରିବି । ଏହା ସହିତ ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପ୍ଲାଜମା ଡୋନେଟ୍ କରିବା ପାଇଁ ନିକ୍କି ନିବେଦନ କରିଛନ୍ତି । ନିକି ଆହୁରି ମଧ୍ୟ କହିଛନ୍ତି ତାଙ୍କ ଭାଇ ମଧ୍ୟ କରୋନାରେ ସଂକ୍ରମିତ ଏବଂ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯେଉଁଥିପାଇଁ ସେ ଚିନ୍ତିତ । ମାର୍ଚ୍ଚ ମାସରେ ନିକ୍କି କରୋନା ସଂକ୍ରମିତ ହୋଇଥିଲେ । ଏକ ପୋଷ୍ଟ ସେୟାର ଅଭିନେତ୍ରୀ ଲେଖିଥିଲେ, ‘ଆଜି ସକାଳେ ମୋର କରୋନା ଟେଷ୍ଟ ହୋଇଥିଲା ଯାହା ପଜିଟିଭ୍ ଆସ୍ଛି । ମୁଁ ସତର୍କତା ଅବଲମ୍ବନ କରୁଛି ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଉଛି । ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେଉଁମାନଙ୍କ ଗତ କିଛି ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ ସେମାନଙ୍କର ଟେଷ୍ଟ କରାଇ ନିଅନ୍ତୁ ।’ ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।