ମଶରୁମ୍ ମସଲା ଟୋଷ୍ଟ୍
ସାମଗ୍ରୀ :
ମଶରୁମ୍ (ଛତୁ)- ୨୫୦ ଗ୍ରାମ୍, ରିଫାଇନ୍ ତେଲ- ୨୫୦ ଗ୍ରାମ୍, ଜିରା- ୧/୨ ଚାମଚ, ଲଙ୍କା ଗୁଣ୍ଡ୨ଚାମଚ, କଟା ରସୁଣ- ୫, କଟା ପିଆଜ- ୧, ହଳଦୀ ଗୁଣ୍ଡ- ୧/୨ ଚାମଚ, କଂଚା ଲଙ୍କା- ୨, ଧନିଆ ଗୁଣ୍ଡ- ୧/୨ ଚାମଚ, ଜିରା ଗୁଣ୍ଡ୧/୨ ଚାମଚ, କଟା ଟମାଟୋ- ୧, ବ୍ରେଡ୍ ପିସ୍- ୧ ଚାମଚ, ଚିନି- ୧ ଚାମଚ, ବଟର୍- ୧ଚାମଚ, ଲେମ୍ବୁ ରସ- ୨ ଚାମଚ, ପାଣି ଓ ଲୁଣ (ସ୍ୱାଦ ଅନୁସାରେ) ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ । ସେଥିରେ ଜିରା, ଶୁଖିଲା ଲଙ୍କା, ରସୁଣ ଓ ପିଆଜ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ହଳଦୀ, ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ମସଲା କଷନ୍ତୁ । ସେଥିରେ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ । ମସଲା କଷି ହୋଇଗଲା ପରେ ଟମାଟୋ ଓ ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ସେଥିରେ ଛତୁ, ଲୁଣ, ଲେମ୍ବୁ ରସ ଏବଂ ୧ ଚାମଚ ବଟର୍ ପକାଇ ଭଲଭାବେ ଗୋଳାନ୍ତୁ । ପରେ ପାଉଁରୁଟିକୁ ଓଭେନ୍ରେ ୧୮୦ ଡିଗ୍ରୀ ତାପାମାତ୍ରରେ ଗରମ କରନ୍ତୁ । ଛତୁ ସିଝିଗଲା ପରେ ତାକୁ ବ୍ରେଡ୍ ଉପରେ ରଖି ପୁଣି ଥରେ ଓଭେନ୍ରେ ପାଞ୍ଚ ମିନିଟ୍ ପାଇଁ ରଖନ୍ତୁ । ଏବେ ବାହାରକୁ କାଢ଼ି ଗରମ ଗରମ ପରଷନ୍ତୁ ମଶରୁମ୍ ମସଲା ଟୋଷ୍ଟ୍ ।