ପନିର ମୋମୋ
ଆବଶ୍ୟକୀୟ ସାମଗ୍ରୀ :
୧୫୦ ଗ୍ରାମ ପନିର, ୧କପ୍ ମଇଦା, ୧ ଛୋଟ ଚାମଚ ତେଲ, ଅଧା ଛୋଟ ଚାମଚ ବେକିଂ ପାଉଡର, ୨ଚାମଚ ଘିଅ, ୧ଟା କଟା ହୋଇଥିବା ପିଆଜ, ୨ଟି କଟା ଯାଇଥିବା କଞ୍ଚା ଲଙ୍କା, ଏକ ଛୋଟ ଚାମଚ କଟା ଯାଇଥିବା ପତ୍ର କୋବି, ଏକ ଛୋଟ ଚାମଚ କୋରା ଗାଜର, ଏକ ବଡ ଚାମଚ ସିମଳା ମିର୍ଚ୍ଚି, କଟା ଯାଇଥିବା ଏକ ଟମାଟୋ, ଏକ ଛୋଟ ଚାମଚ ଚିଲି ସସ୍, ଏକ ଛୋଟ ଚାମଚ ଟମାଟୋ ସସ୍ ଏକ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ :
ମୋମୋ ପ୍ରସ୍ତୁତି ପାଇଁ ପ୍ରଥମେ ମଇଦାରେ ତେଲ, ବେକିଂ ପାଉଡର ଓ ସ୍ୱାଦ ଅନୁଯାୟ ଲୁଣ ମିଶାଇ ପାଣି ଦେଇ ଚକଟି ଦିଅନ୍ତୁ । ଏହାକୁ ଘଂଟାଏ ପର୍ଯ୍ୟନ୍ତ ଘୋଡାଇ କରି ରଖିଦିଅନ୍ତୁ । ଏକ ନନଷ୍ଟିକ୍ ପ୍ୟାନ୍ ନେଇ ସେଥିରେ ଘିଅ ଦେଇ ମଧ୍ୟମ ଆଂଚରେ ବସାନ୍ତୁ । ଘିଅ ତରଳିବା ପରେ ସେଥିରେ ପିଆଜ, କଂଚାଲଙ୍କା, କୋବି, ଗାଜର, ସିମଳା ମିର୍ଚ୍ଚ, ଟମାଟୋ, ୨ ପ୍ରକାର ସସ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ପକାଇ ୫ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ପରେ ସେଥିରେ କଟାଯାଇଥିବା ପନିରକୁ ପକାଇ ପୁଣି ୫ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହା ପରେ ଗ୍ୟାସ୍ ବନ୍ଦକରି ସେହି ମିଶ୍ରଣକୁ ଥଣ୍ଡା କରିଦିଅନ୍ତୁ । ଚକଡା ହୋଇ ରହିଥିବା ମଇଦାରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ସେଥିରେ ପୁରି ବେଲନ୍ତୁ । ଗୋଟିଏ ଛୋଟ ପୁରି ଉପରେ ଏକ ଚାମଚ ମସଲା ରଖି ତାକୁ ଭଲ ଭାବେ ମୋଡି ମୋମୋ ଆକାର ଦିଅନ୍ତୁ । ଏହିପରି ସବୁ ଗୁଳାରେ ମୋମୋ ପ୍ରସ୍ତୁତ କରିନିଅନ୍ତୁ । ଗ୍ୟାସ୍ରେ କଡେଇ ବସାଇ ଏହାକୁ ଡିପ୍ ଫ୍ରାଏ କରନ୍ତୁ କିମ୍ବା ଏହାକୁ ଛାଞ୍ଚରେ ପାଣି ଦେଇ ସିଝାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମୋମୋ ଯାହାକୁ ଚଟଣୀ ଓ ସସ୍ ଦେଇ ସର୍ଭ କରନ୍ତୁ ।