ପଣସ ବୋଝେଇ ଟ୍ରକରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଟିକାପୁଟ ଛକ ନିକଟରୁ ଦଶଚକିଆ ଟ୍ରକରୁ ଏକ ଟନରୁ ଅଧିକ ଓଜନର ଗଞ୍ଜେଇ ଜବତ କରିଛି ପୋଲିସ। ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ୍ ତାକୁ ଜବତ କରିଛି। ଉପରେ ପଣସ ଭିତରେ ଗଞ୍ଜେଇ ବୋଝେଇ କରି ଚୋରାରେ ଚାଲାଣ କରୁଥିଲେ ମାଫିଆ।
କୌଣସି ସୁତ୍ରରୁ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ଏସଡିପିଓ ସୂଚନା ପାଇ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ସହାୟତାରେ ଚଢାଉ କରିଥିଲେ। ଟ୍ରକକୁ ଯାଞ୍ଚ କଲା ବେଳେ ପଣସ ତଳେ ରଖାଯାଇ ଏକ କ୍ୱିଣ୍ଟାଲ ୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ଅନୁମାନିକ ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।