କରୋନାରେ ଆକ୍ରାନ୍ତ ହେଲେ ୫୦ରୁ ଅଧିକ ମାଓବାଦୀ

ମାଲକାନଗିରି : ମାଓବାଦୀଙ୍କୁ କରୋନା । କରୋନା ଫାସରେ ଲାଲ୍ ବାହିନୀର ସଦସ୍ୟ । ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୫୦ ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ।
ଅନେକ ହାର୍ଡକୋର୍ ମାଓବାଦୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଯାହା ମଧ୍ୟରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତା ମଧ୍ୟ ରହିଥିବା ଜଣାପଡିଛି । ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବା ଲାଗି ଆହ୍ବାନ କରିଛନ୍ତି ଏସପି ଅଭିଷେକ ପଲ୍ଲଭ । ନହେଲେ କରୋନା ସଂକ୍ରମିତ ନକ୍ସଲ ମାନେ ପ୍ରାଣ ହରାଇବା ସହ ସେମାନଙ୍କ ଦ୍ୱାରା ଅନେକ ନିରୀହ ଆଦିବାସୀ ଲୋକେ ମଧ୍ୟ କରୋନା ଆକ୍ରାନ୍ତ ହେବେ ବୋଲି ଏସପି ଅଭିଷେକ ପଲ୍ଲଭ କହିଛନ୍ତି ।