କରୋନାରେ ଅଭିନେତ୍ରୀ ସମ୍ଭାବନା ସେଠଙ୍କ ପିତାଙ୍କ ମୃତ

ମୁମ୍ମାଇ : କରୋନା ପାଇଁ ଉଜୁଡିଗଲାଣି ଅନେକ ଅଭିନେତା ଅଭିନେତ୍ରୀଙ୍କ ପରିବାର । କିଏ ପରିଜନଙ୍କୁ ହରାଇଛି ତ କିଏ ପିତା ମାତଙ୍କୁ ହରାଇଛି । ଏହି ପରିପ୍ରେକ୍ଷୀରେ ଆଉ ଜଣେ ଅଭିନେତ୍ରୀ ନିଜ ପିତାଙ୍କୁ ହରାଇଛନ୍ତି । କରୋନା ନେଇଛି ସମ୍ଭାବନା ସେଠଙ୍କ ପିତାଙ୍କ ଜୀବନ । କୋଭିଡରେ ଆକ୍ରାନ୍ତ ହେବା ସହ ତାଙ୍କର ହାର୍ଟଆଟାକ ମଧ୍ୟ ହୋଇଥିଲା ।
ଇନଷ୍ଟାଗ୍ରାମରେ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ସମ୍ଭାବନାଙ୍କ ସ୍ୱାମୀ ଅବିନାଶ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଆଜି ସକାଳ ୫.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ଗତ କିଛିଦିନ ତଳେ ସୋ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହୃଦଘାତ ମଧ୍ୟ ହୋଇଥିଲା । ଫଳରେ ତାଙ୍କ ଅବସ୍ଥା ବି ଗୁରୁତର ହୋଇଥିଲା ।