ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ପାର ୯୬.୦୭%
କଟକ : ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ପାସ୍ ପାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବାବେଳେ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି । ରବିବାର ସକାଳ ସାଢେ ୧୦ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଦିନ ୧୧ଟା ୩୦ ସୁଦ୍ଧା ୱେସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ମିଳିବ ରେଜଲ୍ଟ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ହ୍ୱାଟ୍ସଆପରେ R10<RollNo> ଲେଖି 5676750ରେ ମେସେଜ୍ କଲେ ପାଇପାରିବେ ରେଜଲ୍ଟ । ଦିନ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟର୍(ନମ୍ବର) ସ୍କୁଲରୁ ମିଳିବ। ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ । ଏଥିପାଇଁ BSE/Hi ଲେଖି 7710058192 ହ୍ୱାଟ୍ସଆପ କରିପାରିବେ ।
ସେହିପରି ବିଦ୍ୟାଳୟର ମୁଖ୍ୟ/ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଟାବୁଲେସନ୍ ରେଜିଷ୍ଟର୍କୁ ଡାଉନ୍ଲୋଡ୍ କରିପାରିବେ। ଚଳିତ ବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ହୋଇଛି। ରବିବାର ଅପରାହ୍ଣ ୪ଟାରୁ ଅନ୍ଲାଇନ୍ରେ ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଏହି ଡିଜିଟାଇଜ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ। ପରୀକ୍ଷାଫଳ ପ୍ରକାଶ ପରେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ। ମାଟ୍ରିକ ପାଇଁ ଅନ୍ଲାଇନ୍ରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍ଲାଇନ୍ରେ ରିଚେକିଂ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।