ବାଲେଶ୍ୱରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ : ଥରିଲା ଆଖପାଖ ଅଞ୍ଚଳ, ଲୋକେ ଭୟଭୀତ

ବାଲେଶ୍ୱର : ବାଲେଶ୍ୱରରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଶବ୍ଦ ଶୁଣାଯିବା ପରେ ଥରି ଉଠିଲା ଆଖପାଖ ଅଞ୍ଚଳ । ଏନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା । ମାତ୍ର ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ବାଲେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।