୫୪ ବର୍ଷରେ ଖିଲାଡି ଷ୍ଟାର ଅକ୍ଷୟ କୁମାର
![](https://thetruths.in/wp-content/uploads/2021/09/Khiladi-star-Akshay-Kumar-Birthday.jpg)
ମୁମ୍ବାଇ : ୫୪ ବର୍ଷରେ ପାଦ ଦେଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେହିପରି ସାରା ବଲିଉଡ ଜଗତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୯ ସେପ୍ଟେମ୍ଵର ୧୯୬୭ ମସିହା ଆଜିର ଦିନରେ ଅକ୍ଷୟ କୁମାର ଜନ୍ମ ଗ୍ରହଣ କରିଥିଲେ। ୧୯୯୧ ମସିହାରେ ସୌଗନ୍ଧ ଚଳଚିତ୍ର ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ବଲିଉଡରେ ତାଙ୍କର ଅନେକ ହିଟ ଫିଲ୍ମ ରହିଛି। ମୋହରା, ତୁ ଖିଲାଡି ମେ ଅନାଡି, ଫିର ହେରା ଫେରି, ତୁ ଚୋର ମେଁ ସିପାହୀ, ସପୁତ, ମୁଝସେ ସାଦି କରୋଗି, ଖାକି, କେଶରୀ, ଟଏଲେଟ, ପ୍ୟାଡମ୍ୟାନ, ହାଉସଫୁଲ ୩, ରୁସ୍ତମ, ମିଶନ ମଙ୍ଗଲ ଆଦି ଅନେକ ଛଳଚିତ୍ରରେ ସେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। କେବଳ ଆକ୍ସନ ନୁହେଁ କମେଡି, ସାମାଜିକ ବାର୍ତ୍ତା ଫିଲ୍ମ, ରୋମାନ୍ସ ଫିଲ୍ମ ମଧ୍ୟ କରିଛନ୍ତି। ଜଣେ ଓ୍ଵେଟରରୁ ବଲିଉଡ ସୁପରଷ୍ଟାର ଭାବେ ତାଙ୍କର ଜୀବନ ଥିଲା ଖୁବ ସଂଘର୍ଷମୟ। ତାଙ୍କର ମନୋବଳ ଓ କଠିନ ପରିଶ୍ରମ ତାଙ୍କ ଆଜି ଏ ସ୍ଥାନର ପରିଚୟ ଦେଇଛି।
ଏହି ଅବସରରେ ଅକ୍ଷୟ କୁମାର ତାଙ୍କ ମା’ଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ଭାବୁକ ନୋଟ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସମସ୍ତଙ୍କ ଆଖିରେ ଲୁହ ଭାରି ଦେଇଛି। ଫଟୋରେ ତାଙ୍କ ମା’ ତାଙ୍କୁ ପୁଅକୁ ଗେଲ କରୁଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୁଁ ଜାଣିଛି ମା’ ଉପରେ ଥାଇ ହାପି ବ୍ୟାର୍ଥଡେ ଗାଉଥିବେ। ଆପଣ ସମସ୍ତଙ୍କର ସମବେଦନା ଓ ଶୁଭକାମନା ପାଇଁ ଧନ୍ୟବାଦ। ଜୀବନ ଏମିତି ହିଁ ଚାଲେ।’ ଏହି ପୋଷ୍ଟରେ ସେଲିବ୍ରିଟି ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଓ ତାଙ୍କ ମା’ଙ୍କ ସଦ୍ଗତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି। ଅଭିନେତ୍ରୀ ବିପଶା ବାସୁ ରେଡ ହାର୍ଡ ଏମଜି ସେୟାର କରି କମେଣ୍ଟ କରିଛନ୍ତି ଓ ଜ୍ୟାକଲିନ କମେଣ୍ଟ କରି ଅକ୍ଷୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଯେ, ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇଛନ୍ତି ଅକ୍ଷୟ କୁମାର। ଦିନେ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ତାଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ଜୀବନ ସାରା କେବେ ବି ସେ ଏହି ଦିନକୁ ଭୁଲିବେନି।