ଜୁନିଅର ହକି ବିଶ୍ୱକପ : ପାକିସ୍ତାନକୁ ୩-୪ ଗୋଲ୍ରେ ହରାଇ କ୍ବାର୍ଟରରେ ଆର୍ଜେଣ୍ଟିନା
![](https://thetruths.in/wp-content/uploads/2021/11/Argentina-Beat-Pakistan.jpg)
ଭୁବନେଶ୍ୱର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଜମୁଛି ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ । ମେଗା ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷହେବାକୁ ଯାଉଥିବାବେଳେ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ସ୍ପଷ୍ଟ ହେବାକୁ ଯାଉଛି । ରବିବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ପାକିସ୍ତାନକୁ ହରାଇ ଆର୍ଜେଣ୍ଟିନା କ୍ବାର୍ଟର ଟିକେଟ ହାତେଇଛି ।
ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପାକିସ୍ତାନକୁ ୩-୪ ଗୋଲ୍ରେ ହରାଇଛି ଆର୍ଜେଣ୍ଟିନା । ପାକିସ୍ତାନ ପକ୍ଷରୁ ରାଣା ଅବଦୁଲ, ରିଜୱାନ ଅଲୀ ଓ ଅକିଲ ଅହମ୍ମଦ ଗୋଲ୍ ସ୍କୋର କରିଥିଲେ । ସେହିପରି ଆର୍ଜେଣ୍ଟିନା ପକ୍ଷରୁ କପୁରୋ ବାଉଟିଷ୍ଟା, ନାରଡୋଲିଲୋ ଇଗନାସିଓ, ରୁଇଜ ଫ୍ରାନ୍ସିସ୍କୋ ଓ ଇବାରା ଇଗନାସିଓ ଗୋଲ୍ କରିଥିଲେ । ତେବେ ମାଟେଓ ଫର୍ନାଣ୍ଡିଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ପୁଲ୍ ଡି’ର ଏହି ଶେଷ ଲିଗ ମୁକାବିଲାରେ କୌଣସି ଗୋଲ୍ କରିନଥିଲେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ସହ ମ୍ୟାଚ୍ର ମୋଡ ବଦଳାଇଥିଲେ । ପୂର୍ବରୁ ଦିନର ପ୍ରଥମ ମ୍ୟାଚ୍ରେ କୋରିଆକୁ ସ୍ପେନ୍ ଓ ଦ୍ବିତୀୟ ମ୍ୟାଚ୍ରେ ୟୁଏସଏକୁ ନେଦରଲାଣ୍ଡ୍ସ ବଡ ବଡ ବ୍ୟବଧାନରେ ହରାଇଛି ।